ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା: ଦୂତି ନେବେ କିଟ୍‌ ନେତୃତ୍ବ

ଭୁବନେଶ୍ବର,ଏନ୍ଏନ୍ଏସ୍: ବେଙ୍ଗାଲୁରୁଠାରେ ଏପ୍ରିଲ ୨୪ରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲାଗି ଶନିବାର କିଟ୍ କ୍ରୀଡ଼ା ଦଳ ଘୋଷଣା କରାଯାଇଛି। ଅଲିମ୍ପିଆନ୍ ଦୂତି ଚାନ୍ଦ ୨୧ ଜଣିଆ କିଟ୍ ଦଳର ନେତୃତ୍ବ ନେବେ। ଦଳ ପାଞ୍ଚଟି ବର୍ଗ ଯଥା ଦୌଡ଼କୁଦ (ମହିଳା), ଟେନିସ୍ (ପୁରୁଷ), ଯୋଗାସନ (ମହିଳା) ଭାରୋତ୍ତୋଳନ (ପୁରୁଷ ଓ ମହିଳା)ରେ ଅଂଶଗ୍ରହଣ କରିବ। ଖେଳାଳିଙ୍କ ସହ ୬ ଜଣ ଅଧିକାରୀ ମଧ୍ୟ ବେଙ୍ଗାଲୁରୁ ଯାତ୍ରା କରିବେ।

ଦଳ: ଦୌଡ଼କୁଦ-ଦୂତି ଚାନ୍ଦ, ମଧୁସ୍ମିତା ଦେବ, ପ୍ରଶିକ୍ଷକ- ନୀତା ପାଲ। ଭାରୋତ୍ତୋଳନ-ସ୍ନେହା ସୋରେନ୍, ରଞ୍ଜିତା ମାଝୀ, ମୋତି ଜାନି, ଅର୍ପିତା ଭୂୟାଁ, ଏମ୍ କୀର୍ତ୍ତି, ଅଭିଶିକ୍ତା କଦୁଲୁରି, ପ୍ରଶିକ୍ଷକ-ଲକି ରାଣୀ ପାତ୍ର। ଭାରୋତ୍ତୋଳନ (ପୁରୁଷ)-କୁମ୍ଭେଶ୍ବର ମଲ୍ଲିକ, ସଚିନ ରାଉତ, ପୁନିତ ଚନ୍ଦ୍ର ସାହୁ, ରାଜେନ୍ଦ୍ର ମୁଦୁଲି, ପ୍ରଶିକ୍ଷକ-ଶୁଭକାନ୍ତ ମଲିଆ। ଟେନିସ୍ (ପୁରୁଷ); କବୀର ହଂସ, ଆଶିଷ କୁମାର ପରିଡ଼ା, ଜଷ୍ଟିନ ପନମେଇ, ପ୍ରଶିକ୍ଷକ-ମହମ୍ମଦ ଏନାମୁଲ ହକ୍। ‌ଯୋଗାସନ (ମହିଳା)- ରିକିପ୍ରଭା ରାୟ, ମମତା ଭୂଏ, ସବିତା‌ ଘୋରାଇ, କାର୍ମୀ ହାଂସଦା, ଜୁଲି ନାୟକ, ଦୁଲେଶ୍ବରୀ ମାଝୀ, ପ୍ରଶିକ୍ଷକ-ସଂଜୟ ପଣ୍ଡା।