ନୂଆଦିଲ୍ଲୀ,ଏଜେନ୍ସି: ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଆସନ୍ତା ୨୧ ତାରିଖ ଭାରତ ଗସ୍ତରେ ଆସିବେ। ସେ ଦୁଇଦିନିଆ ଗସ୍ତରେ ନୂଆଦିଲ୍ଲୀ ଓ ଗୁଜରାଟରେ ହେବାକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ତାଙ୍କର ଭାରତ ସମକକ୍ଷ ନରେନ୍ଦ୍ର ମୋଦୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷୀକ ଆଲୋଚନା କରିବେ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ହେବା ପରେ ବୋରିସ୍ ଜନ୍ସନ୍ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି। ସେ ଅର୍ଥନୀତି, ସୁରକ୍ଷା ଓ ଟେକ୍ନୋଲୋଜୀ ପ୍ରସଙ୍ଗରେ ମୋଦୀଙ୍କ ସହିତ କଥା ହେବେ। ଭାରତ ଗସ୍ତ ନେଇ ବୋରିସ ଜନ୍ସନ୍ କହିଛନ୍ତି, ଉଭୟ ବ୍ରିଟେନ୍ ଓ ଭାରତ ବିକାଶ ନେଇ ମୋର ଏହି ଗସ୍ତ ହେଉଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ ମୁଁ ଏପ୍ରିଲ ୨୧ରୁ ଦୁଇଦିନିଆ ଭାରତ ଗସ୍ତ କରୁଛି। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଜନ୍ସନ୍ଙ୍କ ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ୨୦୩୦ ପର୍ଯ୍ୟନ୍ତ ରୋଡମ୍ୟାପର ଆକଳନ କରିବେ।