ରିକି ପଣ୍ଟିଂ ଅସୁସ୍ଥ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରିକି ପଣ୍ଟିଂ ପର୍ଥ ଟେଷ୍ଟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିକି ପଣ୍ଟିଂ ଅଷ୍ଟ୍ରେଲିଆ ଓ ୱେଷ୍ଟେଣ୍ଡିଜ ମଧ୍ୟରେ ପର୍ଥରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ କମେଣ୍ଟ୍ରି କରୁଥିଲେ । କମେଣ୍ଟ୍ରି କରୁଥିବା ସମୟରେ ହିଁ ଅସୁସ୍ଥ ହୋଇ ପଡ଼ିଥିଲେ ।

ଦି ଟେଲିଗ୍ରାଫ ରିପୋର୍ଟ ମୁତାବକ, ରିକି ପଣ୍ଟିଂ ଚ୍ୟାନେଲ ୭ ପାଇଁ କମେଣ୍ଟ୍ରି କରୁଥିଲେ । ଅସୁସ୍ଥତା ପାଇଁ ପଣ୍ଟିଂଙ୍କୁ ମଧ୍ୟାହ୍ନ ଭୋଜନ ଲଞ୍ଚ ପରେ ଦେଖିବାକୁ ମିଳିନଥିଲା ।