ତଣ୍ଟି କାଟି ଯୁବକ ଗୁରୁତର

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଗ୍ରାମର ଜଣେ ଯୁବକ ଆଜି ସଂନ୍ଧ୍ୟାରେ ନିଜର ତଣ୍ଟି କାଟି ଗୁରୁତର ହୋଇଛି। ପରିବାର ଲୋକେ ତାଙ୍କୁ ମଡିକାଲରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ ରିଆମାଳ ଲକ୍ଷ୍ମୀ ସାହିର ଦ୍ୱାରୁ ବିଶିଙ୍କ ପୁଅ ରାଜେଶ ବିଶି (୪୦) ଆଜି ସନ୍ଧ୍ୟାରେ କୌଣସି କାରଣ କୁ ନେଇ ନିଜର ତଣ୍ଟି କାଟି ଦେଇଥିଲେ। ତେବେ ପରିବାର ଲୋକ ଉଦ୍ଧାର କରି ତାଙ୍କୁ ସଙ୍ଗେ ସଙ୍ଗେ ଛତାବର ମେଡିକାଲକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଦେବଗଡ ଜିଲ୍ଲା ମେଡିକାଲକୁ ସ୍ତାନାନ୍ତର କରାଯାଇଛି।