ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବନାଞ୍ଚଳ ପକ୍ଷରୁ କୁରୁଡ଼ଝରଣସ୍ଥିତ ବନ ସଚେତନା କେନ୍ଦ୍ରରେ ବ୍ଲକସ୍ତରୀୟ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ରିଆମାଳ ରେଞ୍ଜର ନିରଞ୍ଜନ ଧାରୁଆଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଦେବଗଡ଼ ବିଏଫଓ ମଗରଧାନାଜୀ ରାଓସୋ ଯୋଗଦେଇ ଜଙ୍ଗଲରେ ଲାଗୁଥିବା ନିଆଁକୁ କିଭଳି ଆୟତ୍ତ କରାଯାଇପାରିବ, ମହୁଲ ଗୋଟାଳୀ ଓ କେନ୍ଦୁପତ୍ର ତୋଳାଳୀ ହାତୀ ଆକ୍ରମଣରୁ ରକ୍ଷା ପାଇବେ ସେଉପରେ ବକ୍ତବ୍ୟ ରଖିଥିଲେ । ଏଥିସହିତ ସମ୍ମାନୀତ ଅତିଥିଭାବେ ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ରିଆମାଳ ବ୍ଲକ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟା ବାସନ୍ତୀ ବେହେରା ଯୋଗ ଦେଇଥିଲେ । ଏହି ସଭାରେ ବ୍ଲକର ସମସ୍ତ ସରପଞ୍ଚ, ସମସ୍ତ ଫରେଷ୍ଟର ଓ ବନ କର୍ମଚାରୀ ଉପସ୍ଥିତ ଥିଲେ ।