ରେଙ୍ଗାଳ ବେଡା ଗ୍ରାମର ୭ ଜଣଙ୍କୁ ପଟ୍ଟା ଯୋଗାଇଲା ରାଜସ୍ୱ ରଥ

ପାଟଣା,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଯୋଗୁଁ ସାଧାରଣ ଲୋକଙ୍କୁ ତହସିଲ ଅଫିସକୁ ଆସିବାକୁ ବାରଣ କରାଯାଇଥିବା ବେଳେ ଗାଁ ଗାଁ’ରେ ଲୋକଙ୍କୁ ତହସିଲ ସେବା ଯୋଗାଇବା ପାଇଁ ରାଜସ୍ୱ ରଥର ଆରମ୍ଭ ହୋଇଛି। ଆଜି ଏହି ରାଜସ୍ୱ ରଥ ଚେମେଣା ଆରଆଇ ସର୍କଲ ରେଙ୍ଗାଳ ବେଡା ଗ୍ରାମରେ ୭ ଜଣଙ୍କୁ ବସୁନ୍ଧରା ଯୋଜନାରେ ଘରଡିହ ପଟ୍ଟା ବଣ୍ଟନ କରିଛି।

ଏଥିସହ ରାଜନଗର ଆରଆଇ ସର୍କଲର ମୁରୁସୁଆଁ ଗ୍ରାମର ଜଣକୁ ଦାଖଲ ଖାରଜ ପଟ୍ଟା ଓ ନୂଆଖମଣ ଗ୍ରାମରେ ଜଣଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ପାଟଣା ତହସିଲ ପକ୍ଷରୁ ତହସିଲଦାର ତାପସ ରଞ୍ଜନ ଦେହୁରୀ, ଆରଆଇ ରମାକାନ୍ତ ମହାନ୍ତ, ରାଜସ୍ୱ ପରିଦର୍ଶକ ବନମାଳୀ ନାଏକ, ଅମିନ ଦେବାଶିଷ ନାଏକ, ଆରଆଇ ମଳୟ କୁମାର ନାଏକ, ଅନିତା ନାଏକ ଓ ଭବାନୀଶଙ୍କର ରାଉତରାୟ ବିଭିନ୍ନ ଆରଆଇ ସର୍କଲ ବୁଲି ଲୋକଙ୍କୁ ତହସିଲ ସେବା ଯୋଗାଇଛନ୍ତି।