ମର୍ଣ୍ଣିଂୱାକରେ ଯିବା ସମୟରେ ଅଘଟଣ, ଟ୍ରକ୍ ଧକ୍କାରେ ଅବସରପ୍ରାପ୍ତ ସେନାକର୍ମଚାରୀ ମୃତ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥ ୨୦ରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମର୍ଣ୍ଣିଂୱାକରେ ଯାଇଥିବା ସମୟରେ ଏକ ଟ୍ରକ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ଆନନ୍ଦପୁର ଅଞ୍ଚଳ ଶାଳପଡ଼ା ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି।

ଖବର ଅନୁଯାୟୀ, ଶାଳପଡା ମିଶ୍ର କଲୋନୀର ବିନୋଦ ସାହାଣୀ ସକାଳେ ବୁଲିବା ସମୟରେ ଏକ ଲୁହାପଥର ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଷିପୁରା ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।