ରାସ୍ତା ଉପରେ ଜଳିଗଲା କାର, ଗାଡି ଛାଡି ଡ୍ରାଇଭର ଫେରାର

ବୌଦ୍ଧ,ଏନ୍ଏନ୍ଏସ୍: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାସିରା ଛକ ନିକଟରେ ଚଳନ୍ତା କାରରେ ହଠାତ ନିଆଁ ଲାଗିଯାଇଛି। ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି। ନିଆଁ ଲାଗିବା ପରେ ଧରାପଡିବା ଭୟରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛି।

ଗାଡ଼ିରେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ିନଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଘଟଣାସ୍ଥଳରେ ମନମୁଣ୍ଡା ପୁଲିସ ଓ ଅବକାରୀ ବିଭାଗ ପହଞ୍ଚି ତଦନ୍ତ ଚଳାଇଛନ୍ତି।