ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା, ଏଣିକି ଜିଲ୍ଲା ତଥା ଜିଲ୍ଲା ବାହାରର ଶବ ହୋଇପାରିବ ସତ୍କାର

ପୁରୀ,ଏନ୍ଏନ୍ଏସ୍: ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା କଟକଣା। ସ୍ୱର୍ଗଦ୍ୱାରରେ ଶବ ସତ୍କାରକୁ ଅନୁମତି ପ୍ରଦାନ କରାଯାଇଛି। ଏଣିକି ସ୍ୱର୍ଗଦ୍ୱାରରେ ଜିଲ୍ଲା ତଥା ଜିଲ୍ଲା ବାହାରର ଶବ ମଧ୍ୟ ସତ୍କାର କରାଯାଇପାରିବ। ଅଗଷ୍ଟ ୧୬ ତାରିଖରୁ ଶବ ସତ୍କାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍ୱର୍ଗଦ୍ୱାରରୁ ଶବ ସତ୍କାର ବେଳେ ଶବ ସହ ୧୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଲାଗିଥିଲା କଟକଣା। ଅପ୍ରେଲ ୨୬ରୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଲାଗୁ କରଯାଇଥିଲା। କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ବାହାର ଜିଲ୍ଲାର ଲୋକମାନଙ୍କ ପାଇଁ ସ୍ୱର୍ଗଦ୍ୱାରରେ ଶବଦାହ ବାରଣ କରାଯାଇଥିଲା। ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦି କାର୍ୟ୍ୟରେ ମଧ୍ୟ ରୋକ ଲଗାଇଥିଲା ପୁରୀ ଜିଲ୍ଲା ପ୍ରଶାସନ।