ଶ୍ରୀମନ୍ଦିର ବରାଦ ଅବଢ଼ା ଉପରେ ଲାଗିଲା କଟକଣା

ପୁରୀ,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଅବଢ଼ା ଉପରେ କଟକଣା ଲଗାଯାଇଛି। ବରାଦ ମହାପ୍ରସାଦ କେବଳ ପୁରୀ ସହର ଓ ସେବାୟତ ପରିବାରଙ୍କ ପାଇଁ ରନ୍ଧା ହେବ ଏବଂ ଦୈନିକ ହଜାରେରୁ ଦେଢ଼ ହଜାର ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେବ। ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି।