ଡିବିଏସ୍‌ ବ୍ୟାଙ୍କ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଆସନ୍ତାକାଲିଠାରୁ ଡ଼ିବିଏସ୍ ବ୍ୟାଙ୍କରେ ଚାଲିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କର କାରବାର। ଫଳରେ ଗ୍ରାହକମାନେ ଟଙ୍କା ଉଠାଇ ପାରିବେ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏନେଇ ଡିବିଏସ୍ ବ୍ୟାଙ୍କ ସବୁ ପ୍ରକାର ବ୍ୟବସ୍ଥା କରୁଥିବା କୁହାଯାଇଛି। ଡ଼ିବିଏସ୍ ବ୍ୟାଙ୍କ ସହିତ ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିବା ପରେ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି।

ମିଶ୍ରଣ ପ୍ରକ୍ରିୟାରେ ଡ଼ିବିଏସ୍ ବ୍ୟାଙ୍କ ୨ ହଜାର ୫ ଶହ କୋଟି ଟଙ୍କ ନୂଆ କରି ବିନିଯୋଗ କରିବ। ଉଭୟ ବ୍ୟାଙ୍କର ମିିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ପ୍ରକାଶ ଜାଭେଦକର। ଅଧିକ ଋଣ ଯୋଗୁଁ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିବା ପରେ ଗ୍ରାହକଙ୍କ ସ୍ୱାର୍ଥକୁ ଦେଖି ଏହାକୁ ମିଶ୍ରଣ କରିବାକୁ କେନ୍ଦ୍ର ସରକାରକୁ ସୁପାରିଶ କରିଥିଲା। ଆରବିଆଇ ଟଙ୍କା ଉଠାଣ ଉପରେ ମଧ୍ୟ କଟକଣା ଲଗାଇଥିଲେ। ଜଣେ ଗ୍ରାହକ ମାସକୁ କେବଳ ୨୫ ହଜାର ଟଙ୍କା ଉଠାଇ ପାରିବ ବୋଲି କୁହାଯାଇଥିଲା।