ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ିଗଲେ ୫ ଜଣ, ୪ ମୃତଦେହ ଉଦ୍ଧାର

ବାରବାଙ୍କୀ,ଏଜେନ୍ସି: ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲାରେ ମୂର୍ତ୍ତି ବିସର୍ଜନ ସମୟରେ ହୋଇଥିବା ଅଘଟଣରେ ଉଦ୍ଧାରକାରୀ ଟିମ୍ ୪ ଜଣଙ୍କର ମୃତଦେହ ଉଦ୍ଧାର କରିଛନ୍ତି। ଅନ୍ୟ ଜଣେ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଏସଡିଆରଏଫ ଓ ଫ୍ଲଡ ପିଏସି ଟିମ୍ ଅଭିଯାନ ଜାରି ରଖିଛି। ସୂଚନାଯୋଗ୍ୟ ଯେ, ମୂର୍ତ୍ତି ବିସର୍ଜନ ସମୟରେ ଜଣେ ମହିଳା ସମେତ ୫ ଜଣ କଲ୍ୟାଣୀ ନଦୀରେ ବୁଡ଼ିଯାଇଥିଲେ।

ମସୌଲୀ ଥାନା ଅଞ୍ଚଳର ସହାଦତଗଞ୍ଜ ଅଞ୍ଚଳରେ ରବିବାର କଲ୍ୟାଣୀ ନଦୀରେ ଗଣେଶ ମୂର୍ତ୍ତି ସମୟରେ ଅଘଟଣ ଘଟିଥିଲା। ଏଥିରେ ନାରାୟଣଧର ପାଣ୍ଡେ, ଧର୍ମେନ୍ଦ୍ର କଶ୍ୟପ, ମୁନ୍ନୀ ପଟୱା ଓ ତାଙ୍କର୨ ପୁଅ ସୁରଜ ପଟବା ନୀଲେଶ ପଟବା ନଦୀରେ ବୁଡ଼ି ଯାଇଥିଲେ। ସୂଚନା ମିିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି, ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପାଖାପାଖି ୫ ଘଣ୍ଟା ପରେ ମୁନ୍ନୀ ପଟବାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ପୁଲିସ ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ଏସପି ଯମୁନା ପ୍ରସାଦ ଏସଡିଆରଏଫ ସହିତ ସମ୍ପର୍କ କରିଥିଲେ। ମହିଳାଙ୍କର ମୃତ ହେହ ମିଳିବାର ୨୪ ଘଣ୍ଟା ପରେ ଅନ୍ୟ ୩ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମୂର୍ତ୍ତି ବିସର୍ଜନ ପାଇଁ ୧୫ରୁ ୨୦ ଜଣ ଲୋକ କଲ୍ୟାଣୀ ନଦୀର ପିପରା ଘାଟକୁ ଯାଇଥିଲେ। ସେଠାରେ ମୂର୍ତ୍ତି ବିସର୍ଜନ ସମୟରେ ନଦୀ କୂଳରେ ବସିଥିବା ନାରାୟଣଧର, ସୁରଜ, ନୀଲେଶ, ଧର୍ମେନ୍ଦ୍ର ଖସିପଡ଼ିଥିଲେ। ସେଠାରେ ପାଣି ଗଭୀର ଥିବାରୁ ବୁଡ଼ି ଯାଇଥିଲେ। ପୁଅ ନୀଲେଶକୁ ବଞ୍ଚାଇବା ପାଇଁ ମୁନ୍ନୀ ଦେବୀ ସାଢ଼ୀର ଏକ ପାର୍ଶ୍ୱକୁ ନଦୀକୁ ଫିଙ୍ଗି ଥିଲେ। କିନ୍ତୁ ଜଳର ସ୍ରୋତ ପ୍ରଖର ଥିବାରୁ ସେ ପାଣିକୁ ଖସିପଡ଼ିଥିଲେ।