ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଲୋକସଭା ସଦସ୍ୟା ସଙ୍ଗିତା କୁମାରୀ ସିଂଦେଓଙ୍କ ଆପ୍ରାଣ ଉଦ୍ୟମରେ ପାଟଣାଗଡ଼ରେ ଏକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ ଲୋକସଭାରେ ଆଗତ କରିଥିଲେ। ସେଥିପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଆଜି ପାଟଣାଗଡ଼କୁ ସ୍ଥାନ ନିରୂପଣ ଲାଗି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଅତିରିକ୍ତ କମିଶନର ଏ. ଜ୍ୟୋତିକୁମାରଙ୍କ ନେତୃତ୍ୱରେ ୩ଜଣିଆ ପ୍ରତିନିଧି ପାଟଣାଗଡ଼ ଆସି ବିଦ୍ୟାଳୟକୁ ଆବଶ୍ୟକ ପଡୁଥିବା ସ୍ଥାନ ବୁଲି ଦେଖିଥିଲେ। ଏହି ପ୍ରତିନିଧି ଦଳରେ ବିକ୍ରାନ୍ତ ନାୟକ ନିର୍ବାହୀ ଅଧିକାରୀ, ସିପିଡବ୍ଲ୍ୟୁଡି ସମ୍ବଲପୁର ଓ ଆରକେ ପାଣିଗ୍ରାହୀ ଅଧ୍ୟକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ ବଲାଙ୍ଗିର ସହ ପାଟଣାଗଡ଼ ତହସିଲଦାର ମିଶି ପାଟଣାଗଡ଼ ନିକଟସ୍ଥ କଉଡ଼ିଆଠାରେ ଥିବା ୧୦ ଏକର ସରକାରୀ ଜାଗା ବୁଲି ସନ୍ତୋଷ ପ୍ରକାଶ କରିଥିଲେ।