ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତାକାଲି ହେବାକୁ ଥିବା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରସ୍କାର ପ୍ରଦାନ ଉତ୍ସବ ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଘୋଷଣା ହୋଇଥିବା ସମସ୍ତ ୨୭ ବିଭାଗର ପୁନଃ ମୂଲ୍ୟାୟନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପୁନଃ ମୂଲ୍ୟାୟନ କରି କୋର୍ଟ ଓ ପିଟିସନରଙ୍କୁ ଜଣାଇବାକୁ କୁହାଯାଇଛି। ଜାନୁଆରୀ ୭ରେ  ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ପୁରସ୍କାର ଚୟନକୁ ନେଇ ବବି ଇସଲାମ ପିଟିସନ ଦାୟର କରିଥିବା ଜଣାପଡ଼ିଛି।