ଭାରତରେ ଖସିଲା ପ୍ରଜନନ ଦର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରେ ଭାରତର ଜନସବତି ଗତିରେ ବ୍ରେକ୍ ଲାଗିଥିବା ଜଣାପଡ଼ିଛି । ରିପୋର୍ଟ ମୁତାବକ, ଦେଶରେ ପ୍ରଜନନ ଗତି ୨.୨ ପ୍ରତିଶତରୁ ଖସି ୨ ପ୍ରତିଶତକୁ ଆସିଯାଇଛି । ଭାରତର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳର ୭୦୭ ଜିଲ୍ଲାର ପାଖାପାଖି ୬.୩୭ଲକ୍ଷ ନମୁନାକୁ ନେଇ ଏହି ସର୍ଭେ କରାଯାଇଥିଲା ।

ସୂଚନାଯୋଗ୍ୟ, ବିହାର, ମେଘାଳୟ, ଉତ୍ତରପ୍ରଦେଶ, ଝାରଖଣ୍ଡ ଓ ମଣିପୁର ଭଳି ୫ଟି ରାଜ୍ୟରେ ପ୍ରଜନନ ଦର ୨.୧ ପ୍ରତିଶତରୁ ଅଧିକ ରହିଛି । ମନ୍ତ୍ରଣାଳୟ ଗତକାଲି ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଜାରି କରିଛି । ଚାକିରି କରୁଥିବା ଅଧିକାଂଶ ମହିଳା କଣ୍ଟ୍ରାସେପସନ ବ୍ୟବହାର କରିବା ଉପରେ ଭରସା କରୁଥିବା ସର୍ଭେରେ ସାମ୍ନାକୁ ଆସିଛି ।