ଜମସେଦପୁର ଟାଟା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ

ନୂଆଦିଲ୍ଲୀ: ଜମସେଦପୁରର ଟାଟା ଷ୍ଟିଲ ପ୍ଲାଣ୍ଟ ଭିତରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ପ୍ଲାଣ୍ଟରେ ନିଆଁ ଓ ଗ୍ୟାସ ଲିକ ହେବା ପରେ କର୍ମଚାରୀଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ବାହାରକୁ କଢ଼ାଯାଇଛି । ଘଟଣାଟି ସକାଳ ୧୦ଟା ୨୦ ମିନିଟରେ ଜମସେଦପୁରର କୋଇଲା ପ୍ଲାଣ୍ଟର ବ୍ୟାଟେରୀ ନମ୍ବର ୬ ଓ ୭ରେ ହୋଇଥିବା ନେଇ ଟାଟା କର୍ପୋରେଟ କମ୍ୟୁନିକେସନ ସୂଚନା ପ୍ରଦାନ କରିଛି । ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି । ସ୍ଥିତି ଉପରେ ନିୟନ୍ତ୍ରଣ ରହିଥିବାବେଳେ ଠିକାରେ କାମ କରୁଥିବା ୨ କର୍ମଚାରୀଙ୍କ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ଲାଗି ଟିଏମଏଚ ପଠାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଘଟଣା ପଛର କାରଣ ସ୍ୱଷ୍ଟ ହୋଇନାହିଁ ।