କଶ୍ମୀରରେ ଗ୍ରୀନେଡ ସହ ଧରାପଡ଼ିଲେ ରିପୋର୍ଟର

  • ଶ୍ରୀନଗର: କିଛି ମାସ ପୂର୍ବରୁ ଆତଙ୍କବାଦୀ ସଙ୍ଗଠନ ସହ ମିଶିକରି କାମ କରୁଥିବା ଜଣେ ପୁଲିସ ଅଧିକାରୀଙ୍କୁ ଜାମ୍ମୁ କଶ୍ମୀରରୁ ଗିରଫ କରାଯାଇଥିଲା। ସେ ପାକିସ୍ତାନରୁ
  • ଆସୁଥିବା ଆତଙ୍କବାଦୀଙ୍କୁ ନିଜ ଗାଡ଼ିରେ କାଶ୍ମୀରର ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରୁଥିବା ସମୟରେ ଧରା ପଡିଥିଲେ। ଏହାପରେ ମଙ୍ଗଳବାର ଜଣେ ରିପୋର୍ଟର ଆତଙ୍କବାଦୀଙ୍କ ପାଇଁ ଗ୍ରୀନେଡ୍ ନେଇ ଯାଉଥିବାବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଗିରଫ କରିଛନ୍ତି। ସେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ସହ ମିଶି କାମ କରୁଥିବା ଜଣାପଡିଛି। ଏବେ ବିଭିନ୍ନ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ତାଙ୍କୁ ପଚରାଉଚରା କରୁଛନ୍ତି।
  • ସୂଚନା ଅନୁଯାୟୀ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଆଦିଲ୍ । ତାଙ୍କ ନିକଟରୁ ଦୁଇଟି ହ୍ୟାଣ୍ଡ ଗ୍ରୀନେଡ୍ ଜବତ କରାଯାଇଛି। ୨୦୧୯ ମସିହାରେ ତାଙ୍କୁ ପୁଲିସ୍ ଥରେ ଗିରଫ କରିଥିଲା। ଜୈଶ-ଏ-ମହମ୍ମଦ ପାଇଁ ସେ କାମ କରୁଥିବା ସୂଚନା ମଳିଛି। ଗ୍ରୀନେଡ୍ ଜବତ କରିବା ସମୟରେ ତାଙ୍କ ସହ ଜାହିଦ ନାମକ ସହଯୋଗୀ ରହିଥିଲେ। ଶ୍ରୀନଗରରେ ହରିସିଂ ହାଇ ଷ୍ଟ୍ରିଟରେ ଦୁଇଟି ବିସ୍ଫୋରଣ ହୋଇଥିଲା। ସୁରକ୍ଷା କର୍ମୀମାନଙ୍କ ଉପରକୁ ଗ୍ରୀନେଡ ଫିଙ୍ଗାଯାଇଥିଲା। ଏଥିରେ ସୁରକ୍ଷାକର୍ମୀଙ୍କ ସହ ସାଧାରଣ ଲୋକ ବି ଆହତ ହୋଇଥିଲେ। ପରେ ପୁଲିସ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା।
  • କଶ୍ମୀରର ସୋପିଆ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ଆହତ ହୋଇଥିଲେ। ଅଗଷ୍ଟ ୧୫ ପୂର୍ବରୁ କଶ୍ମୀରରେ ହଠାତ୍ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏବେ ସୁରକ୍ଷା ଏଜେନ୍ସିମାନଙ୍କୁ ହାଇ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।