ଦୁର୍ଘଟଣାରେ ଅଭିନେତା ପ୍ରକାଶ ରାଜ ଆହତ

  • ମୁମ୍ବାଇ: ଅଭିନେତା ପ୍ରକାଶ ରାଜ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାରେ ତାଙ୍କର ଫ୍ରାକ୍ଚର ହୋଇଥିଲା। ବର୍ତ୍ତମାନ ତାଙ୍କର ଅପରେସନ ହେବାର ଅଛି। ଏନେଇ ସେ ଟ୍ୱିଟ କରି ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଏକ ଛୋଟ ସମସ୍ୟା…ଏକ ଛୋଟ ଅପରେସନ, ଅପରେସନ ପାଇଁ ହାଇଦ୍ରାବାଦ ଅଭିମୁଖେ ଯାଉଛି। ଚିନ୍ତା କରିବାର କିଛି ନାହିଁ .. ମୋ ପାଇଁ ପ୍ରାର୍ଥନା କରିବେ।’ ଭେଟେରାନ୍ ଅଭିନେତା ପ୍ରକାଶ ରାଜ ମଙ୍ଗଳବାର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ତାଙ୍କ ପ୍ରଶଂସକଙ୍କୁ ଏହି ସମ୍ପର୍କରେ ଅପଡେଟ୍ କରିଛନ୍ତି। ଅଭିନେତାଙ୍କ ଟ୍ୱିଟ ପରେ ଅନେକ ପ୍ରଶଂସକ କମେଣ୍ଟ ବକ୍ସରେ ମେସେଜ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ଶୀଘ୍ର ସୁସ୍ଥ ହେଇ ଫେରନ୍ତୁ। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ଆପଣଙ୍କ ଅପରେସନ ସଫଳ ହେଉ ଏବଂ ଆପଣ ଶୀଘ୍ର ସୁସ୍ଥ ହୁଅନ୍ତୁ। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ଶୀଘ୍ର ସୁସ୍ଥ ହୁଅନ୍ତୁ, ଆମେ ଆପଣଙ୍କୁ ପରଦାରେ ଦେଖିବାକୁ ଚାହୁଁଛୁ, ହସ୍ପିଟାଲ ବେଡ଼ରେ ନୁହେଁ। ତେଲୁଗୁ ଅଭିନେତା ଓ ପ୍ରଯୋଜକ ବନ୍ଦଲା ଗଣେଶ ଏବଂ ନିର୍ଦ୍ଦେଶକ ନବୀନ ମୋହମେଦଲି ମଧ୍ୟ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।