ରାଣୀ କମଳାପତି ହେଲା ଭୋପାଳର ହବୀବଗଞ୍ଜ ରେଳ ଷ୍ଟେସନର ନାମ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ହବୀବଗଞ୍ଜ ରେଳ ଷ୍ଟେସନର ନାମ ରାଣୀ କମଳାପତି କରାଯାଇଛି। ଏହି ପଦକ୍ଷେପ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ  ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରେ ଆଭାର ବ୍ୟକ୍ତ କରିଛନ୍ତି। ପୂର୍ବରୁ ମଧ୍ୟପ୍ରଦେଶ ସରକାର ରେଳ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଷ୍ଟେସନର ନୂତନ ଭବନକୁ ଆସନ୍ତା ୧୫ ତାରିଖରେ ଲୋକାର୍ପଣ କରିବେ। ଏହି ଅବସରରେ ମୋଦୀ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଆୟୋଜିତ ହେବାକୁ ଥିବା ବିଶାଳ ଆଦିବାସୀ ସମ୍ମିଳନୀରେ ସାମିଲ ହେବେ ବୋଲି ସୂଚନା ମିଳିଛି।