ଝାରସୁଗୁଡ଼ା,ଏନ୍ଏନ୍ଏସ୍: ୫୦ ଲକ୍ଷ ଟଙ୍କା ପାଇଁ ଜଣେ ୧୪ ବର୍ଷୀୟ ନାବାଳକଙ୍କୁ ଅପହରଣ ପରେ ତାଙ୍କ ସମ୍ପର୍କୀୟ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ବ୍ୟବସାୟୀ ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥ ଅଗ୍ରୱାଲ । ଉକ୍ତ ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଝାରସୁଗୁଡ଼ା ବିଜୁ ନଗରର ଅମିତ କୁମାର ଶର୍ମା ଓ ବଜ୍ରରାଜନଗରର ଗାନ୍ଧୀଛକର ଦିନେଶ ଅଗ୍ରୱାଲ । ଏନେଇ ଝାରସୁଗୁଡ଼ା ଏସପି ସୂଚନା ପ୍ରଦାନ କରିଛନ୍ତି ।
ସୂଚନା ମୁତାବକ, ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ସରବାହାଲ କ୍ରିଷ୍ଣା ଏନକ୍ଲେଭରେ ରହୁଥିବା ବ୍ୟବସାୟୀ ସୁନିତ ଅଗ୍ରୱାଲଙ୍କ ନାବାଳକ ପୁଅ ସମର୍ଥ ଅଗ୍ରୱାଲ ମାର୍ଚ୍ଚ ୨୭ ତାରିଖରେ ଖେଳିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ସମର୍ଥଙ୍କୁ ତାଙ୍କ ସମ୍ପର୍କୀୟ ଝାରସୁଗୁଡ଼ାରୁ ଅପହରଣ କରି ବରଗଡ଼ରେ ମାରି ପୋତି ଦେଇଥିଲେ । ପୁଲିସ ବରଗଡ଼ରୁ ସମର୍ଥଙ୍କ ମୃତଦେହ ଉଦ୍ଧାର କରିଥିଲା । ଝାରସୁଗୁଡ଼ା ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ୬୦ଟି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରିଥିବା ନେଇ ଏସପି କହିଛନ୍ତି ।