Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କମିଛି ଅନ୍ୟ ରାଜ୍ୟକୁ ବିଦ୍ୟୁତ୍ ବିକ୍ରି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କମିଛି ଅନ୍ୟ ରାଜ୍ୟକୁ ବିଦ୍ୟୁତ୍ ବିକ୍ରି

ଓଡ଼ିଶା ବିଦ୍ୟୁତ୍ ବଳକା ରାଜ୍ୟ। ଆବଶ୍ୟକତାଠାରୁ ଅଧିକ ବିଦ୍ୟୁତ୍ ଉତ୍ପାଦନରେ ଆମେ ସକ୍ଷମ। ୨୦୧୮-୧୯ବର୍ଷରେ ରାଜ୍ୟ ପାଇଁ ୨୫ହଜାର ୪୬୮ନିୟୁତ ୟୁନିଟ୍ ବିଦ୍ୟୁତ୍ ଆବଶ୍ୟକ ଥିଲା। ହେଲେ ରାଜ୍ୟରେ ଉତ୍ପାଦିତ ବିଦ୍ୟୁତ୍ର ପରିମାଣ ୨୭ହଜାର ୬୩୩ ୟୁନିଟ୍। ବିଦ୍ୟୁତ୍ ଉତ୍ପାଦନରେ ସକ୍ଷମ ଥିବା ରାଜ୍ୟ ଅନ୍ୟ ରାଜ୍ୟକୁ ବିଦ୍ୟୁତ୍ ବିକ୍ରି କରିବାରେ ଅସମର୍ଥ ହେବାରେ ଲାଗିଛି। କ୍ରମାଗତ ଭାବେ ଆନ୍ତଃରାଜ୍ୟ ବିଦ୍ୟୁତ୍ ବିକ୍ରି କମୁଛି। ଏତେ ମାତ୍ରାରେ କମୁଛି ଯେ ତାହା ବିଦ୍ୟୁତ ଜନିତ ଆୟକୁ ମଧ୍ୟ ପ୍ରଭାବିତ କରୁଛି। ଚାରି ଅଙ୍କର ବେପାର ଏବେ ଆସି ତିନି ଅଙ୍କରେ ପହଞ୍ଚିଲାଣି।

୨୦୦୦ ମସିହାରେ ରାଜ୍ୟରେ ଉପଭୋକ୍ତାଙ୍କ ସଂଖ୍ୟା ଥିଲା୧୬ ଲକ୍ଷ। ଏବେ ବର୍ଦ୍ଧିତ ସଂଖ୍ୟା ୯୬ଲକ୍ଷ। ଏକଥା ପୂର୍ବରୁ ସ୍ପଷ୍ଟ ହୋଇସାରିଛି ଯେ ରାଜ୍ୟରେ ଏବେ ମଧ୍ୟ ବିଦ୍ୟୁତ୍ ବଳକା। ତେବେ ସମସ୍ୟା କେଉଁଠି? ଉତ୍ପାଦିତ ସାମର୍ଥ୍ୟ ବାହାର ରାଜ୍ୟରେ ଓଡ଼ିଶାର ପରିଚୟ ହୋଇପାରନ୍ତା । ଆଗରୁ ହୋଇଥିଲା ମଧ୍ୟ। ହେଲେ କ୍ରମାଗତ ଭାବେ ଏହା କମିବାରେ ବ୍ୟସ୍ତ। ୨୦୦୩-୦୪ବର୍ଷରେ ୩୨୯୯ନିୟୁତ ୟୁନିଟ୍ ରାଜ୍ୟ ବାହାରକୁ ବିକ୍ରି କରାଯାଉଥିଲା। ହେଲେ ୨୦୧୮-୧୯ ବର୍ଷରେ ଏହା ୧୬୭ ନିୟୁତ ୟୁନିଟ୍ରେ ସୀମିତ। ତଥ୍ୟରୁ ଏହା ମଧ୍ୟ ପ୍ରକାଶ ଯେ ୨୦୦୮-୦୯ ପରଠାରୁ ରାଜ୍ୟର ଅନ୍ୟ ରାଜ୍ୟକୁ ବିଦ୍ୟୁତ୍ ବିକ୍ରି ପ୍ରାୟ ହେଉନାହିଁ। ସେବେଠାରୁ ଏଯାବତ୍ କେବଳ ତିନୋଟି ଆର୍ଥିକ ବର୍ଷ ରହିଛି, ଯେବେ ରାଜ୍ୟ ଚାରି ଅଙ୍କ ପରିମାଣର ବିଦ୍ୟୁତ୍ ବିକ୍ରି କରିବାରେ ସମର୍ଥ ହୋଇଛି। ୨୦୧୨-୧୩ରେ ୧୦୨୫, ୨୦୧୩-୧୪ରେ ୩୩୭୭ ଓ ୨୦୧୪-୧୫ରେ ୧୦୦୪ ନିୟୁତ ବିଦ୍ୟୁତ୍ ରାଜ୍ୟ ବାହାରକୁ ବିକ୍ରି କରାଯାଇଛି।

ତଥ୍ୟକୁ ସମୀକ୍ଷା କଲେ ଏକଥା ବାରିବା କଷ୍ଟ ନୁହେଁ ଯେ ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟାା ଯେଉଁ ବେଗରେ ବଢ଼ିଛି, ସେହି ବେଗରେ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ହୋଇନି। ତେବେ ୨୦୧୫ଠାରୁ ଏଯାବତ୍ର ଚିତ୍ର ନୈରାଶ୍ୟଜନକ। ତେବେ ୨୦୧୭-୧୮ରେ ବିଦ୍ୟୁତ୍ ବିକ୍ରିର ପରିମାଣ ଥିଲା ୧୬୦ ନିୟୁତ ୟୁନିଟ୍। ଚଳିତବର୍ଷ ଗ୍ରୀଡ୍କୋ ୨୭ହଜାର ୬୩୩ ନିୟୁତ ୟୁନିଟ୍ ସଂଗ୍ରହ କରିଥିବା ବେଳେ ଘରୋଇ ବ୍ୟବହାର ପାଇଁ ୭୦୭୩ ଓ ଶିଳ୍ପ କ୍ଷେତ୍ର ପାଇଁ ୭୫୦୩ ନିୟୁତ ୟୁନିଟ୍ ବିଦ୍ୟୁତ୍ ବ୍ୟୟ କରୁଛି। ଉଭୟ ଘରୋଇ ଓ ଶିଳ୍ପରେ ବିଦ୍ୟୁତ୍ ବ୍ୟବହାର ନିୟମିତ ଭାବେ ବୃଦ୍ଧି ହେଉଛି। ସଦ୍ୟ ସମାପ୍ତ ବିଧାନସଭା ପ୍ରଶ୍ନକାଳରେ ବିଭାଗୀୟ ମନ୍ତ୍ରୀ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ହୋଇପାରିନାହିଁ।

ଏହାର ସମାଧାନ ସମ୍ବନ୍ଧରେ ମତ ରଖି ଗ୍ରୀଡକୋ ଯନ୍ତ୍ରୀଙ୍କ କହିବା ଅନୁସାରେ ରାଜ୍ୟରେ କୋଇଲା ଓ ଜଳ ଉତ୍ସରୁ ଉତ୍ପନ୍ନ ବିଦ୍ୟୁତ୍ ଶକ୍ତିର ପରିମାଣ ତୁଳନାରେ ସୌର ଶକ୍ତି ଓ ପବନ ଶକ୍ତିରୁ ବିଦ୍ୟୁତ୍ ଉତ୍ପନ୍ନର ପରିମାଣ ଢେର କମ୍। ରାଜ୍ୟରେ ଜଳରୁ ୬୪୨୦ ନିୟୁତ, କୋଇଲାରୁ ୫୯୬୭ ନିୟୁତ ହେଉଥିବା ବେଳେ ସୌର ଶକ୍ତି ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନର ପରିମାଣ ୪୧୪ ନିୟୁତ ଓ ପବନ ଶକ୍ତିର ସତ୍ତା ନାହିଁ କହିଲେ ଚଳେ। ଏଭଳି ଅକ୍ଷୟ ଶକ୍ତିକୁ ପ୍ରାଥମିକତା ମିଳିବା ଦରକାର। ଭିତ୍ତିଭୂମିକୁ ଦୃଢ଼ ବନାଇ ଅକ୍ଷୟ ଉତ୍ସର ବ୍ୟବହାର ହେଲେ ବିକ୍ରି ଯୋଗ୍ୟ ବିଦ୍ୟୁତ୍ ବଳକା ହେବ।