ରିଆମାଳ ବଜାର ସଟଡାଉନ୍

ରିଆମାଳ, ଏନ୍ଏନ୍ଏସ୍: ରିଆମାଳ ୟୁନିୟନ୍ ବ୍ୟାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ପୁଲିସ ପ୍ରଶାସନ ପକ୍ଷରୁ ରିଆମାଳ ବଜାରକୁ ସଟଡାଉନ୍ ଘୋଷଣା କରାଯାଇଛି। ୟୁନିୟନ୍ ବ୍ୟାଙ୍କର କର୍ମଚାରୀ କରୋନା ପଜିଟିଭ ଜଣାପଡିବା ପରେ ରିଆମାଳ ପୁଲିସ ଅପରାହ୍ଣ ୨ଟାରୁ ରିଆମାଳ ବଜାରକୁ ସଟଡାଉନ୍ କରିଥିଲେ । ଏବାବଦରେ ଭାରପ୍ରାପ୍ତ ଥାନା ଅଧିକାରୀ ଗୋପବନ୍ଧୁ ବେହେରାଙ୍କୁ ପଚାରିବାରୁ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ବାହାରିବାପରେ ଏହାକୁ ଲକ୍ଷ୍ୟ କରି କରୋନାକୁ ରୋକିବା ପାଇଁ ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ସଟ୍ଡାଉନ ବଜାୟ ରହିବ ବୋଲି କହିଛନ୍ତି।