ରାଜ୍ୟରେ ୩୧୦ କରୋନା ରୋଗୀ ସୁସ୍ଥ: ନୂଆପଡ଼ାରୁ ସର୍ବାଧିକ ୫୮

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୩୧୦ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୩ଲକ୍ଷ ୩୯ହଜାର ୨୦୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ନୂଆପଡ଼ାରୁ ସର୍ବାଧିକ ୫୮, ସୁନ୍ଦରଗଡ଼ରୁ ୩୮, ଖୋର୍ଦ୍ଧାରୁ ୨୬, ମୟୁରଭଞ୍ଜରୁ ୧୯, ବରଗଡ଼ ଓ ଗଞ୍ଜାମରୁ ୧୮ ଲେଖାଏଁ, କଟକ ଓ ସମ୍ବଲପୁରରୁ ୧୭ ଲେଖାଏଁ, ଝାରସୁଗଡ଼ାରୁ ୧୫, କଳାହାଣ୍ଡିରୁ ୧୩, ବଲାଙ୍ଗିରରୁ ୧୦, ଅନୁଗୁଳରୁ ୯, ଯାଜପୁରରୁ ୭, ବାଲେଶ୍ୱର, କୋରାପୁଟ, ପୁରୀ ଓ ରାୟଗଡ଼ାରୁ ୬ ଲେଖାଏଁ, ସୋନପୁର ଓ ଷ୍ଟେଟପୋଲରୁ ୪ ଲେଖାଏଁ, ଭଦ୍ରକ, ନବରଙ୍ଗପୁର ଓ ନୟାଗଡ଼ରୁ ୩ ଲେଖାଏଁ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୨ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୪୬ହଜାର ୮୦୮ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩ଲକ୍ଷ ୩୯ହଜାର ୨୦୦ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୯୨୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୫,୬୮୫ ଜଣ ଚିକିତ୍ସିତ ହେଉଛନ୍ତି।