ମାନବିକତାକୁ ରକ୍ଷା କରିବା ପାଇଁ ଭାରତର ୨ କୋଭିଡ-୧୯ ଟିକା ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଭାରତର ୧୬ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି କି ମାନବିକତାକୁ ରକ୍ଷା କରିବା ପାଇଁ ଭାରତର ୨ଟି କୋଭିଡ-୧୯ ଟିକା ପ୍ରସ୍ତୁତ ହୋଇ ସାରିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, କରୋନା ସମୟରେ ଭାରତରେ ମୃତ୍ୟୁ ହାର ଖୁବ୍ କମ୍ ରହିଥିବା ବେଳେ ସମଗ୍ର ବିଶ୍ୱରେ ସୁସ୍ଥ ହାର ସର୍ବାଧିକ ରହିଛି। ତେବେ ଗୋଟିଏ ଟିକା ନୁହେଁ ବରଂ ୨ଟି ଟିକା ସହିତ ଭାରତ ବର୍ତ୍ତମାନ ମାନବିକତାକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ହୋଇଛି।

ସୂଚନା ଅନୁସାରେ ଭାରତ ଦ୍ୱାରା ପ୍ରସ୍ତୁତ ହୋଇଥିବା ୨ଟି ଟିକାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବ୍ୟବହାର ପାଇଁ ଅନୁମତି ମିଳିଛି। ସେଥିରେ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଦ୍ୱାର ପ୍ରସ୍ତୁତ ଟିକା କୋଭିସିଲ୍ଡ ଓ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଓ ଆଇସିଏମଆରର ମିଳିତ ଉଦ୍ୟମରେ ପ୍ରସ୍ତୁତ କୋଭାକ୍ସିନକୁ ଅନୁମତି ମିଳିଛି।