ପ୍ରତିରକ୍ଷା କ୍ଷେତ୍ରରେ ଯୁବକଙ୍କ ନିଯୁକ୍ତି ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ କେନ୍ଦ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗଦେଇଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ଯୁବକଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି କରୁଥିବା ନେଇ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ସୁରକ୍ଷା ବାହିନୀକୁ ଆଧୁନିକ ଯନ୍ତ୍ରପାତି ଯୋଗାଇବା ଓ ଅଧିକ ଯୁବକ, ଷ୍ଟାର୍ଟଅପ ଏବଂ ରଣନୀତିକ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ସହିତ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିଥିଲେ। ଜମ୍ମୁରେ ବାୟୁସେନା ଷ୍ଟେଶନ ଉପରେ ଡ୍ରୋନ୍ ଆକ୍ରମଣ ପୃଷ୍ଠଭୂମିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆକ୍ରମଣର ତଦନ୍ତ ଭାର ସରକାର ଏଏନଆଇଏକୁ ଦେଇଛନ୍ତି।