ଟ୍ୱିଟର ବିରୋଧରେ ଚାଇଲ୍ଡ ପର୍ନୋଗ୍ରାଫି ମାମଲା

  • ନୂଆଦିଲ୍ଲୀ: ନୂଆ ଡିଜିଟାଲ ଆଇନକୁ ନେଇ କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏଥିସହ ଟ୍ୱିଟର ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହେବାରେ ଲାଗିଛି। ମଙ୍ଗଳବାର ଟ୍ୱିଟର ବିରୋଧରେ ଦିଲ୍ଲୀରେ ଚାଇଲ୍ଡ ପର୍ନୋଗ୍ରାଫି କଣ୍ଟେଣ୍ଟକୁ ନେଇ ମାମଲା ରୁଜୁ କରାଯାଇଛି। ବିବାଦ ସୃଷ୍ଟି ହେବା ପରେ ଟ୍ୱିଟର ବିରୋଧରେ ଏହା ୪ର୍ଥ ମାମଲା। ପସକୋ ଆକ୍ଟ ଓ ଆଇଟି ଆକ୍ଟ ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି। ସୂଚନା ଅନୁଯାୟୀ, ନ୍ୟାଶନାଲ କମିଶନ ଫର ପ୍ରୋଟେକସନ ଅଫ ଚାଇଲ୍ଡ ରାଇଟ (ଏନସିପିସିଆର)ର ଅଭିଯୋଗକୁ ଭିତ୍ତିକରି ଦିଲ୍ଲୀ ପୁଲିସର ସାଇବର ସେଲ ଏହି ମାମଲା ରୁକୁ କରିଛି। ନିୟମିତଭାବେ ଟ୍ୱିଟରରେ ଚାଇଲ୍ଡ ପର୍ନୋଗ୍ରାଫି ବିଷୟବସ୍ତୁ ପୋଷ୍ଟ କରାଯାଉଛି ବୋଲି ଏନସିପିଆର ଅଭିଯୋଗରେ ଦର୍ଶାଇଛି।