ଭିଜିଲାନ୍ସ ଜାଲରେ ତାଳଚେର ଆରଡି ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁ

ଢେଙ୍କାନାଳ,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ତାଳଚେର ଗ୍ରାମୀଣ ବିକାଶ(ଆରଡି) ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ଆଜି ଭିଜିଲାନ୍ସ ରେଡ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଢେଙ୍କାନାଳ ଟାଉନ ପ୍ଲାନିଂ ନିଜ ବାସ ଭବନରେ ଭିଜିଲାନ୍ସ ରେଡ କରିଛି। ଢେଙ୍କାନାଳ ଓ କଟକ ମିଳିତ ୨ଟି ଟିମ ଦ୍ୱାରା ରେଡ ଚାଲିଛି।

ପୂର୍ବରୁ ଚନ୍ଦ୍ରମଣି ସାହୁଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ତେବେ ଏକାସାଙ୍ଗରେ ୫ଟି ଜାଗାରେ ଟିମ ଚଢ଼ଉ କରିଛି। ଏଥିରେ ଢେଙ୍କାନାଳ ଟାଉନ ପ୍ଲାନିଂ ନିଜ ବାସଭବନ, ହାଟ ରୋଡ ଅନ୍ତର୍ଗତ ଶ୍ୱଶୂର ଘର, ତାଳଚେର ଖମାର କାର୍ଯ୍ୟାଳୟ ଓ ନିଜ ପୈତୃକ ଗାଁରେ ଭିଜିଲାନ୍ସ ରେଡ କରିଛି। ଏହାସହ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ ମଧ୍ୟ ଚଢ଼ଉ ଚାଲିଛି।