ଆରବିଆଇ ମୁଦ୍ରାନୀତି ସମୀକ୍ଷା, ରେପୋରେଟ ଓ ରିଭର୍ସ ରେପୋରେଟ ଅପରିବର୍ତ୍ତିତ

ନୂଆଦିଲ୍ଲୀ,ଏଜେନ୍ସି: ରେପୋ ରେଟରେ କୌଣସି ପରିବର୍ତ୍ତନ ହେବନି। ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବୈଠକରେ ଘୋଷଣା ହୋଇଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ ୩.୩୫ ପ୍ରତିଶତରେ ସ୍ଥିର ରହିବ।

ସେ କହିଛନ୍ତି ଏବେ କରୋନା ପରିସ୍ଥିତି ସୁଧୁରି ନାହିଁ। ମୁଦ୍ରାନୀତି ସମିତି ବୈଠକର ଆଶାୟୀଙ୍କ ଅନୁସାରେ ଅର୍ଥନୀତି ଆଗକୁ ବଢ଼ୁଛି। କୋଭିଡ ଟିକାକରଣ ଯୋଗୁଁ ଅର୍ଥନୀତିରେ ସୁଧାର ଆସୁଛି। ଏମପିସିର ଲଗାତାର ତିନିଦିନର ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ କହିଛନ୍ତି ଆରବିଆଇରେ ରେପୋ ରେଟ ଓ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ।

ରେପୋ ରେଟ ୪% ଓ ରିବର୍ସ ରେପୋ ରେଟ ୩.୩୫% ଦାମ ରେ ହିଁ ରହିବ। ଛଅ ଜଣିଆ ମନିଟାରି ପଲିସି ବୈଠକ (ଏମପିସି) ଅକ୍ଟୋବର ୬ ତାରିଖ ଦିନ ଆରମ୍ଭ ହୋଇ ଆଜି ସରିଛି। ଆରବିଆଇ ବର୍ଦ୍ଧିତ ଦରଦାମକୁ କମ କରିବା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ସୁଧାରିବା ପାଇଁ ଧ୍ୟାନ କେନ୍ଦ୍ରିତ କରୁଛି।