ରେପୋ ରେଟ ବଢ଼ାଇଲା ଆରବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅର୍ଥ ବ୍ୟବସ୍ଥା ଓ ରେପୋ ରେଟକୁ ନେଇ ବିଶେଷ ସୂଚନା ପ୍ରଦାନ କରିଛନ୍ତି । ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆର୍ଥିକ ଗତିବିଧି ଖୁବ୍ ମନ୍ଥର ଗତିରେ ଚାଲିଛି ଏବଂ ଦେଶର ବଜାରରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଦେଶରେ ଦରବୃଦ୍ଧି ଉପରେ ବି ପ୍ରଭାବ ପକାଇଛି । ସେଥିପାଇଁ ରେପୋରେଟ ୦.୪୦ ପ୍ରତିଶତକୁ ବଢ଼ାଯାଉଛି । ଫଳରେ ରେପୋ ରେଟ ଏବେ ୪.୪୦ ପ୍ରତିଶତ ହୋଇଯାଇଛି । ବର୍ଦ୍ଧିତ ରେପୋ ରେଟ ତୁରନ୍ତ ଲାଗୁ ହେବ । ରେପୋ ରେଟ ବଢ଼ିବା ପରେ ସେନସେକ୍ସ ମଧ୍ୟ ବୃଦ୍ଧି ପାଇଛି । ଫଳରେ ବ୍ୟାଙ୍କ ସମେତ ଓ ସାଧାରଣ ଲୋକଙ୍କୁ ଋଣ ନେବା ମହଙ୍ଗା ପଡ଼ିବ । ରେପୋ ରେଟ ବଢ଼ିବା ଦ୍ୱାରା ଆରବିଆଇରୁ ଋଣ ନେବା ବ୍ୟାଙ୍କ ପାଇଁ ମହଙ୍ଗା ପଡ଼ିବ ଆଉ ଏହାର ବୋଝ ନିଶ୍ଚିତ ରୂପେ ସାଧାରଣ ଲୋକଙ୍କ ଉପରେ ପଡ଼ିବ ।

ସୂଚନାଯୋଗ୍ୟ, ଆରବିଆଇର ମୁଦ୍ରାନୀତି ସମୀକ୍ଷା ଅର୍ଥାତ ଏମପୀସୀ ବୈଠକ ଜୁନ୍ ୬ରୁ ୮ ମଧ୍ୟରେ ହେବାର ଥିଲା । କିନ୍ତୁ ବୈଶ୍ୱିକ ସ୍ଥିତିକୁ ଦୃଷ୍ଟିରେ ରଖି ଆରବିଆଇ ରୋପୋ ରେଟ ୦.୪୦ ପ୍ରତିଶତ ବଢ଼ାଇ ଦେଇଛି ।