୭ମ ଶ୍ରେଣୀ ଛାତ୍ରୀଙ୍କ ଶିଶୁକନ୍ୟା ପ୍ରସବ, ଅଭିଯୁକ୍ତ ଗିରଫ

ରାୟଗଡ଼ା/ଗୁଣପୁର,ଏନ୍ଏନ୍ଏସ୍: ପାଠ ପଢ଼ିବା ବୟସରେ ଶିଶୁକନ୍ୟା ପ୍ରସବ। ବିଭିନ୍ନ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଜଣକୁ ଗିରଫ କରିଛି। ପ୍ରକାଶ ଯେ, ସମ୍ପୃକ୍ତ ଛାତ୍ରୀଙ୍କୁ ଗତକାଲି ରାମନାଗୁଡା ମେଡିକାଲ ନେବାପୂର୍ବରୁ ସେ ଏକ ଶିଶୁକନ୍ୟା ଜନ୍ମ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ୧୩ବର୍ଷର ନାବାଳିକାଙ୍କ ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ ନେଉଥିଲେ । ମେଡିକାଲ ନେବା ରାସ୍ତାରେ ଉକ୍ତ ଛାତ୍ରୀଜଣକ ଏକ ଶିଶୁକନ୍ୟା ଜନ୍ମ କରିଥିଲେ । ପରିବାର ଲୋକ ଏସମ୍ପର୍କରେ କୌଣସି ଅବଗତ ନଥିଲେ କି ଛାତ୍ରୀଜଣକ ମଧ୍ୟ ଘଟଣା ସମ୍ପର୍କରେ କୌଣସି ସୂଚନା ଦେଇନଥିଲେ। ଗତକାଲି ଛାତ୍ରୀଜଣକ ରାସ୍ତାରେ ପ୍ରସବ କରିବା ପରେ ନବଜାତ ଶିଶୁକନ୍ୟା ଓ ଛାତ୍ରୀଙ୍କୁ ପରିବାର ଲୋକେ ଘରକୁ ନେଇ ଆସିଥିଲେ। ଗ୍ରାମର କିଛି ଲୋକ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ । କୌଣସି ସୂତ୍ରରୁ ଗତକାଲି ରାତିରେ ପୁଲିସ ସୂଚନା ପାଇ ଅଭିଯୁକ୍ତ ୧୯ବର୍ଷର ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ । ସେ ଘଟଣା ସମ୍ପର୍କରେ ନିଜର ଦୋଷx ସ୍ୱୀକାର କରିଥିବା ଜଣାପଡିଛି ।