ଜିଲ୍ଲାରେ ନକ୍ସଲ ଗତିବିଧି ସାଙ୍ଗକୁ ଅସାମାଜିକ ତତ୍ୱ ଉପରେ ଲାଗିବ ଅଙ୍କୁଶ: ଏସପି

ରାୟଗଡ଼ା:ଏନ୍ଏନ୍ଏସ୍: ପୁଲିସର ସବୁବେଳେ ଗୋଟିଏ ଲକ୍ଷ୍ୟ ଥାଏ ସାଧାରଣ ଜନତା ସହ ଭାଇଚାରାର ସମ୍ପର୍କ ରାଖି କିପରି ଆଗକୁ ବଢିବା । ତା’ସାଙ୍ଗକୁ ରାୟଗଡା ଜିଲ୍ଲାରେ ନକ୍ସଲ ଗତିବିଧି ସହ ଅସାମାଜିକ ତତ୍ୱଉପରେ ଲାଗିବ ଅଙ୍କୁଶ ବୋଲି ଆଜି ନୂଆ କରି ଜିଲ୍ଲାର ଏସପି ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଆଇପିଏସ ଅଫିସର ବିବେକାନନ୍ଦ ଶର୍ମା କହିଛନ୍ତି। ବିଶେଷ କରି ରାୟଗଡା ଜିଲ୍ଲାର ନିୟମଗିରି ସହ କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡା ସୀମାନ୍ତ ଅଞ୍ଚଳରେ ନକ୍ସଲ ଗିତିବିଧି ଲାଗି ରହିଥିବାରୁ ଗୁଇନ୍ଦା ରିପୋର୍ଟକୁ ଆଧାର କରି ଉକ୍ତ ଅଞ୍ଚଳ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ରାୟଗଡା ଜିଲ୍ଲାବାସୀ ସବୁବେଳେ ପୁଲିସକୁ ନିଜର ବୋଲି ଭାବି ସହାୟତା କରିବାକୁ ଆଗେଇ ଆସନ୍ତୁ। ସେହିପରି ଯେ କୌଣସି ଅପରାଧିକ ତତ୍ତ୍ୱ କିମ୍ବା କୌଣସି ବିଷୟରେ ସୂଚନା ଦେବାକୁ ହେଲେ ସିଧାସଳଖ ତାଙ୍କ ସହିତ ନିଶଙ୍କୋଚ ଭାବେ ସାକ୍ଷାତ କରିପାରିବେ ବୋଲି ସେ କହିଛନ୍ତି।