ପୁଣି ସ୍ଥିତି ଜାହିର କଲେ ମାଓ ସଂଗଠନ,  ଲାଗିଲା ମାଓ ପୋଷ୍ଟର

ଫୁଲବାଣୀ,ତୁମୁଡ଼ିବନ୍ଧ,ଏନ୍ଏନ୍ଏସ୍: କିଛି ଦିନର ନିରବତା ପରେ ପୁଣିଥରେ ନିଜର ସ୍ଥିତି ଜାହିର କରିବା ପାଇଁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ବିିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ମାରିଛି ମାଓବାସୀ ସଂଗଠନ କେକେବିନ୍। କୁର୍ତ୍ତଗଡ଼ ନିକଟ ଇମାନୁଏଲ୍ ନଗରର ରାସ୍ତା କଡ଼ରେ ଥିବା ବିଭିନ୍ନ ଗଛରେ ମରାଯାଇଛି ଉକ୍ତ ମାଓ ପୋଷ୍ଟର। ସମାଜରେ ସତ୍ୟ , ନ୍ୟାୟ ଓ ସମାନତା ପ୍ରତିଷ୍ଠା ପାଇଁ ପିଏଲଜିଏ ସପ୍ତାହ ଅବସରରେ ପିଏଜିଏରେ ଯୋଗଦେବା ପାଇଁ ଯୁବକ ଓ ଯୁବତୀମାନଙ୍କୁ ମାଓବାଦୀ ପାର୍ଟି ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛି। ଅନ୍ୟପଟେ କନ୍ଧମାଳ ଜିଲ୍ଲାର ୧୨୦ ସ୍କୁଲ ବନ୍ଦ ଓ ୧୭୦ ଗ୍ରାମରୁ ଲୋକେ କାମ ଅନ୍ୱେଷଣରେ ଭିଟାମାଟି ଛାଡ଼ିଥିବା ବେଳେ ଫିରିଙ୍ଗିଆ ବ୍ଲକର ସାଡ଼ିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କଟାପାଙ୍ଗା ନିକଟରେ ପ୍ରତିଷ୍ଠା ହୋଇଥିବା ସିଆରପିଏଫ୍ କ୍ୟାମ୍ପକୁ ମଧ୍ୟ ବିରୋଧ କରିଛି ମାଓ ସଂଗଠନ। ସେହିଭଳି ଗଞ୍ଜେଇ କଟାକୁ ମଧ୍ୟ ବିରୋଧ କରିଛି ମାଓ ସଂଗଠନ। ଖବର ପାଇ ଆଜି ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ଓ ଏସ୍ଆଇ ଜୟନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚି ବିଭିନ୍ନସ୍ଥାନରୁ ମାଓ ପୋଷ୍ଟର ଜବତ କରିଛି।