ବସ୍ତି ବାସିନ୍ଦାଙ୍କୁ ଥଇଥାନ ଦାବିରେ ବିଜେପିର ପୌର କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା,ଏନ୍ଏନ୍ଏସ୍: ଗତ ବର୍ଷକତଳେ ରାୟଗଡା ସହରର ବସ୍ତିବାସିନ୍ଦଙ୍କୁ ଥଇଥାନ ପାଇଁ ତହସିଲ ପକ୍ଷରୁ ୧୫ଏକର ଜାଗା ଚିହ୍ନଟ ହୋଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ପୌର ସଂସ୍ଥା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାର ପ୍ରତିବାଦ କରି ଆଜି ବିଜେପି ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକାଙ୍କ ନେତୃତ୍ୱରେ ପୌର କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଜେପି କର୍ମକର୍ତ୍ତାଙ୍କ ସହ ଶତାଧିକ ବସ୍ତିବାସିନ୍ଦା ପୌର କର୍ଯ୍ୟାଳୟକୁ ଘେରାଉ କରିବା ସହ ପୌର ନିର୍ବାହୀ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ରେଳବାଇ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କଲେ ବହୁ ପରିବାର ବାସହରା ହେବାର ସମ୍ଭାବନା ଥିବାରୁ ଯଦି ଶୀଘ୍ର ପଦକ୍ଷେପ ନ ନିଆଯାଏ ତେବେ ବିଜେପି ବସ୍ତିବାସିନ୍ଦାଙ୍କୁ ନେଇ ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେବ ବୋଲି କହିଛନ୍ତି ବସନ୍ତ ଉଲ୍ଲାକା।