ଏବିପିଏସୟୁଏଆଇଏଲ କ୍ୟାମ୍ପସ ଛାତ୍ରଛାତ୍ରୀ ଆଣିଲେ ଗୌରବ

 

• ଜାତୀୟ ପ୍ରଦର୍ଶନୀର ବିଜ୍ଞାନ ବର୍ଗରେ ଜିତିଳେ ଶ୍ରେଷ୍ଠ ପ୍ରଦର୍ଶନ ପୁରସ୍କାର

ରାୟଗଡ଼ା,ଏନ୍ଏନ୍ଏସ୍ : ନିଜ ସଫଳତା ପୁସ୍ତକରେ ଆଉ ଏକ ଫର୍ଦ ଯେ୍ଧଜ୍ଞ କରି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ)ର ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ କ୍ୟାମ୍ପସ ନିକଟରେ ଗୁରୁଗ୍ରାମର ସନସିଟି ସ୍କୁଲରେ ଅନୁଷ୍ଠିତ ହୋଇଯାଇଥିବା ସିବିଏସଇ ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଶ୍ରେଷ୍ଠ ପ୍ରଦର୍ଶନୀ ପୁରସ୍କାର ହାସଲ କରିଛି। ନବମ ଶ୍ରେଣୀର ମାଷ୍ଟର ଆଦର୍ଶ ପାଣ୍ଡେ ଓ ସପ୍ତମ ଶ୍ରେଣୀର ମାଷ୍ଟର ରୀତାୟାନ ମିଶ୍ର ପିଜିଟି-ଫିଜିକ୍ସର ଶ୍ରୀଯୁକ୍ତ ସର୍ବେଶ୍ୱର ପ୍ରଧାନଙ୍କ ତତ୍ୱାବଧାନରେ ପ୍ରସ୍ତୁତ କରିଥିବା

“ନଦୀ ଓ ସମୁଦ୍ରର ଉପରିଭାଗ ଜଳ ପରିସ୍କାର’ କରିବା ପ୍ରକଳ୍ପ ପୁରସ୍କାର ପାଇଁ ଚୟନ ହୋଇଥିଲା ଏବଂ ଏହା ଜିତିଛି ୫୦୦୦ ଟଙ୍କାର ନଗଦ ରାଶି ପୁରସ୍କାର ସହିତ ଏହି ସମ୍ମାନଜନକ ପୁରସ୍କାର। ଏହି ପ୍ରଦର୍ଶନୀକୁ ସିବିଏସଇର ଅଧ୍ୟକ୍ଷତା ମିସ୍ ଅନିତା କରୱାଲ୍ ୨୦୨୦ ଜାନୁଆରି ୧୬ରେ ଉଦଘାଟନ କରିଥିଲେ ଯେଉଁଥିରେ ସାରା ଦେଶର ୬୦୦ରୁ ଅଧିକ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ସେଥି ମଧ୍ୟରୁ ଏବିପିଏସ ଡୋରାଗୁଡ଼ା ସମେତ ୨୭ଟି ସ୍କୁଲ ବିଭିନ୍ନ ବର୍ଗରେ ପୁରସ୍କାର ଜିତିଛନ୍ତି। ଚଳିତ ବର୍ଷର ବିଷୟବସ୍ତୁ ଥିଲା “ଜଳ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରି ନିରନ୍ତର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି।’’ ଛାତ୍ରଛାତ୍ରୀମାନଙ୍କ ଏହି ଚିତାକର୍ଷକ ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇ ୟୁଏଆଇଏଲର ୟୁନିଟ ମୁଖ୍ୟ ଶ୍ରୀଯୁକ୍ତ ଏନ ନାଗେଶ କହିଛନ୍ତି ଯେ, “ଏହି ଖରବକୁ ଜାଣିବା ପରେ ମୁଁ ଅତ୍ୟନ୍ତ ଉଲ୍ଲସିତ ହୋଇପଡ଼ିଛି। ଏବିପିଏସରେ ଆମେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଉତ୍ସର୍ଗୀକୃତ। ଏହି ସ୍ୱୀକୃତି ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ଲାଗି ଉତ୍ସାହିତ କରିବ।

’’ ଏବିପିଏସ, ୟୁଏଆଇଏଲ କ୍ୟାମ୍ପସର ଅଧ୍ୟକ୍ଷ ୟୁଏଆଇଏଲର ୟୁନିଟ ମୁଖ୍ୟ ଶ୍ରୀଯୁକ୍ତ ଏନ ନାଗେଶ, ଜିଏଚଆର-ଏଜୁକେସନର ଡାଇରେକ୍ଟର ଡକ୍ଟର ଏସ ଗାଙ୍ଗୁଲି ଓ ୟୁଏଆଇଏଲର ଏଚଆର ମୁଖ୍ୟ ଶ୍ରୀଯୁକ୍ତ ଟି ମୀନାପ୍ରକାଶଙ୍କୁ ସେମାନଙ୍କ ସହାୟତା ଏବଂ ଉତ୍ସାହ ପାଇଁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଅଂଚଳ ଛାତ୍ରଛାତ୍ରୀଙ୍କ ଯୁବ ମସ୍ତିଷ୍କରେ ବିଜ୍ଞାନ, ନୂତନ ଚିନ୍ତାଧାରା ଏବଂ ଅଭିନବ ଦର୍ଶନ ଭର୍ତି କରବା ଲାଗି ୟୁଏଆଇଏଲ ଏବିପିଏସ କ୍ୟାମ୍ପସ ପକ୍ଷରୁ ନିୟମିତ ବ୍ୟବଧାନରେ ଏଭଳି ପ୍ରଦର୍ଶନୀ ଏହାର କ୍ୟାମ୍ପସରେ ଆୟୋଜନ କରାଯାଉଛି।