Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆନ୍ଧ୍ରର ଯୋଜନାରେ ଲୋଭାଷିକ୍ତ ସୀମାନ୍ତ ଓଡ଼ିଆ, ହାତରୁ ଖସି ଯିବକି ସୀମାନ୍ତ ଗ୍ରାମ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆନ୍ଧ୍ରର ଯୋଜନାରେ ଲୋଭାଷିକ୍ତ ସୀମାନ୍ତ ଓଡ଼ିଆ, ହାତରୁ ଖସି ଯିବକି ସୀମାନ୍ତ ଗ୍ରାମ

ରାୟଗଡ଼ା,ଏନ୍ଏନ୍ଏସ୍: ସୀମାନ୍ତରେ ବସବାସ କରୁଥିବା ଆବାହମାନକାଳର ବାସିନ୍ଦାଙ୍କ ମୁହଁରେ ପଶୁନି ଓଡ଼ିଆ ଭାଷା। ୮୦ ପ୍ରତିଶତ ସୀମାନ୍ତବାସୀଙ୍କ ଓଡ଼ିଆ ପରିବର୍ତ୍ତେ ତେଲୁଗୁ ପାଲଟିଛି ମାତୃଭାଷା । ଯେଉଁ କିଛି ଲୋକ ଓଡ଼ିଆ କହୁଛନ୍ତି ତାହା ପୁଣି ଆକ୍ଷରିକ ନୁହେଁ ଭଙ୍ଗ ଓଡ଼ିଆ। କେବଳ ଭାଷା ନୁହେଁ ଜୀବନଜୀବିକା ସହ ଜୀବନସାଥୀ ବାଛିବା ପାଇଁ ସୀମାନ୍ତବାସୀଙ୍କ ପାଇଁ ଆନ୍ଧ୍ର ପାଲଟିଛି ଏକମାତ୍ର ଭରସା। ଏଭଳି ଚିତ୍ର ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଥିବା ଗୋଟିଏ କି ଦୁଇଟି ଗାଁର ନୁହଁ । କହିବାକୁ ଗଲେ ସରକାରଙ୍କ ଦ୍ୱାରା ଚିହ୍ନଟ ସୀମାନ୍ତର ୬୧ ଟି ଗାଁରେ ଏକାସ୍ଥିତି । ଓଡ଼ିଶର ଏଭଳି ଅନେକ ଗାଁ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ଆନ୍ଧ୍ର କବଜରେ ରହିଥିବାବେଳେ ଡେରିରେ ସରକାରଙ୍କ ନିଦ ଭାଙ୍ଗିଛି। କିନ୍ତୁ ତୃଣମୂଳ ଚିତ୍ର କିନ୍ତୁ ସମ୍ପୂର୍ଣ ଭିନ୍ନ । କ’ଣ ରହିଛି ଗ୍ରାଉଣ୍ଡ ଜିରୋର ପ୍ରକୃତ ଦୃଶ୍ୟ ତାକୁ ପରିଖିବା ପାଇଁ ଆମେ ପହଞ୍ଚି ଥିଲୁ ଦୁଇଟି ଅଲଗ ଅଲଗା ଦିଗରେ ଥିବା ସାନଲୁକୁଟି ଏବଂ ଆନିଜା ଗାଁରେ । ଉଭୟ ଗାଁର ଚିତ୍ର ସ୍ପଷ୍ଟ ବୟାନ କରୁଥିଲା ସ୍ୱାଧିନତାର ଦୀର୍ଘ ୭୦ ପରେ ମଧ୍ୟ କେତେ ଅବହେଳିତ ଏମାନେ। ଯଦିଓ ସାନଲୁକୁଟି ଗାଁକୁ ସଂଯୋଗ କରିବା ପାଇଁ ଆନ୍ଧ୍ର ସରକାର ବ୍ରିଜ ଏବଂ ରାସ୍ତା ନିର୍ମାଣ କରୁଛନ୍ତି ତେବେ ସ୍ଥାନୀୟ ଲୋକେ ବିରୋଧ କରୁନାହାନ୍ତି କାହିଁକି।

ସେହିଭଳି ରାୟଗଡ଼ା ବ୍ଲକ୍ କେରେଡା ପଞ୍ଚାୟତ ଅଧୀନରେ ରହିଛି ଓଡିଶା ଆନ୍ଧ୍ରର ସୀମାନ୍ତ ଗାଁ ଅନିଜା । ଏଠି ମଧ୍ୟ ଏକାଚିତ୍ର , ଅନିଜା ଗାଁ ଆନ୍ଧ୍ର ସୀମାନ୍ତରେ ଥିବା ବେଳେ ଗାଁକୁ ଯୋଗାଯୋଗ କ୍ଷେତ୍ରରେ ବାଧକ ସାଜିଛି ନାଗାବଳୀ ନଦୀ । ବହୁ ଦାବି ପରେ ମଧ୍ୟ ନାଗାବଳୀ ଉପରେ ପୋଲ ଟିଏ ନିର୍ମାଣ ନ ହେବା ଯୋଗୁ ଅନିଜାବାସୀ ୨୦୧୭ ମସିହାରେ ଆନ୍ଧ୍ରରେ ମିଶିବାକୁ ଚେତାବନୀ ଦେଇଥିଲେ। ଏହାପରେ ପ୍ରଶାସନ ଚେତିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନାଗାବଳୀ ଉପରେ ପୋଲ ନିର୍ମାଣ ଚାଲିଛି। ଗ୍ରାମବାସୀଙ୍କ କହିବାନୁଯାୟୀ, ନଦୀ ଉପରେ ପୋଲ ନିର୍ମାଣ ପାଇଁ ଓଡ଼ିଶା ସରକାର ସହମତି ଦେବାକୁ ୭୦ ବର୍ଷ ଲାଗିଗଲା । ଏବେ ମଧ୍ୟ ଓଡ଼ିଶା ସରକାରଙ୍କ ବହୁ ଯୋଜନା ଗାଁ ଲୋକଙ୍କ ନିକଟରେ ପହଞ୍ଚି ପାରୁନି। ବିକାଶ ଏଠି ବାଟ ହୁଡୁଛି। ଓଡ଼ିଶାରେ ବାର୍ଦ୍ଧକ୍ୟ ଭତ୍ତା ୫ ଶହ ଟଙ୍କା ମିଳୁଥିବା ବେଳେ ଆନ୍ଧ୍ରରେ ୩ ହଜାର ଟଙ୍କା ମିଳୁଛି। ପ୍ରତି ଗାଁ ପିଛା ଆନ୍ଧ୍ର ସରକାର ସ୍ୱେଚ୍ଛାସେବୀ ନିଯୁକ୍ତି କରି ଜମିଜମା ସମସ୍ୟାଠୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା, ଶିକ୍ଷା, ରାସନ ସାମଗ୍ରୀ ଘରେ ପହଞ୍ଚାଇବା ଦିଗରେ କାମ କରୁଛନ୍ତି। ସବୁ ସୁବିଧା ସୁଯୋଗ କାରଣରୁ ଓଡ଼ିଶା ସହ ଆମର ସମ୍ପର୍କ କମିବାରେ ଲାଗିଛି। ଏପରିକି ଗ୍ରାମର ଅଧିକାଂଶ ଝିଅ ଆନ୍ଧ୍ରରେ ବିବାହ ହୋଇଥିବା ବେଳେ ଗ୍ରାମର ପୁଅଙ୍କ ପାଇଁ ବୋହୂ ମଧ୍ୟ ଆନ୍ଧ୍ରରୁ ଆସିଥିବା ଗ୍ରାମବାସୀ କହିଛନ୍ତି। କେବଳ ସେତିକି ନୁହଁ ପେନସନ୍, ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା, ମୋବାଇଲ୍, ଯୋଗାଯୋଗ ସବୁ କ୍ଷେତ୍ରରେ ଓଡ଼ିଶାଠୁ ବହୁ ଆଗରେ ରହିଛି ଆନ୍ଧ୍ର । ଓଡ଼ିଶାରେ ଆମେ ରହୁଥିଲେ ମଧ୍ୟ ଆନ୍ଧ୍ର ଆମକୁ ଓଡିଶା ବାସିନ୍ଦା ନ ଭାବି ପ୍ରତିଟି କ୍ଷେତ୍ରରେ ଗୁରୁତ୍ୱ ଦେଇ ଆସୁଛି । ଫଳରେ ଏସବୁ ଦିଗରେ ରାଜ୍ୟ ସରକାର ଦୂରଦୃଷ୍ଟି ଅଭାବରୁ ଓଡ଼ିଶାରେ ରହି ଆନ୍ଧ୍ରକୁ ସମର୍ଥନ କରି ଚାଲିଛନ୍ତି ସୀମାନ୍ତବାସୀ । ଓଡ଼ିଶା ସୀମାରେ ଆନ୍ଧ୍ରର ଉନ୍ନୟନମୂଳକ କାମ ସହ ମନୋଲୋଭା ସରକାରୀ ଯୋଜନା ଯୋଗୁଁ ଧୀରେଧିରେ ଗୋଟିଏ ପରେ ଗୋଟିଏ ସୀମାନ୍ତ ଗ୍ରାମ ଏବେ ଓଡିଶା ହାତରୁ ଖସିବାକୁ ବସିଲାଣି । ବେଳ ଥାଉଥାଉ ବନ୍ଧ ବନ୍ଧା ନ ଗଲେ ଆନ୍ଧ୍ରର ଯୋଜନାରେ ଲୋଭାସିକ୍ତ ସୀମାନ୍ତ ଓଡ଼ିଆ ଯେ ଭବିଷ୍ୟତରେ ଓଡିଶା ହାତ ନ ଛାଡିବେ ଏ କଥା କହିହେବ ନହିଁ ।