Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା : ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୁଲିସ, ପଢ଼ନ୍ତୁ ପୂରା ଘଟଣା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା : ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୁଲିସ, ପଢ଼ନ୍ତୁ ପୂରା ଘଟଣା

କଟକ,ଏନ୍ଏନ୍ଏସ୍ : ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଓ ଏକ ସରକାରର ପତନ ଘଟାଇପାରିଥିବା ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ୨୨ ବର୍ଷ ପରେ ଧରିବାରେ ସଫଳ ହୋଇଛି କମିଶନରେଟ ପୁଲିସ। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁରର ବିବେକାନନ୍ଦ ବିଶ୍ୱାଳ ଓରଫ ବିବନ ଓରଫ ବିକେ। ପୁଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା ମୁତାବକ, ଅଭିଯୁକ୍ତ ବିବନକୁ ପୁନେର ଆମ୍ବିଭାଲିରୁ ଗିରଫ କରାଯାଇଛି।
୧୯୯୯ ଜାନୁଆରୀ ୯ ତାରିଖ ରାତିରେ ପୀଡିତା ଅଞ୍ଜନା ତାଙ୍କ ସାମ୍ବାଦିକ ବନ୍ଧୁ ସୂତନ ଗୁରୁଙ୍କ ସହିତ କଟକରୁ ଓକିଲ ପରାମର୍ଶ କରି ବାରଙ୍ଗ ତ୍ରିଶୂଳିଆର ଏକ ଢାବାରେ ଖାଇଥିଲେ। ଏହି ସମୟରେ ୩ ଦୁର୍ବୃତ୍ତ ତାଙ୍କ ଉପରେ ନଜର ରଖିଥିଲେ। ଏକ ଆମ୍ବାସାଡର କାର ଯୋଗେ ଅଞ୍ଜନା ଓ ତାଙ୍କ ବନ୍ଧୁ ଭୁବନେଶ୍ୱର ଯିବା ବାଟରେ ଅଭିଯୁକ୍ତମାନେ ତାଙ୍କ ଗାଡିକୁ ଅଟକାଇ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ କାର ଚଳାଇ ନେଇଥିବା ବେଳେ ଅନ୍ୟ ଜଣେ ସେମାନଙ୍କ ସ୍କୁଟରରେ କାର୍ ଡ୍ରାଇଭରକୁ ନେଇଥିଲେ। ବାରଙ୍ଗ ରାସ୍ତାର ବେଲଗାଛିଆ ନିକଟରେ ମୁଖ୍ୟ ଅଭିଯୁକ୍ତ ବିବନ, ତା’ର ସହଯୋଗୀ ପ୍ରଦୀପ ସାହୁ ଓରଫ ପଦିଆ ଏବଂ ଧିରେନ୍ଦ୍ର ମହାନ୍ତି ଓରଫ କୁନିଆ ଗଣଦୁଷ୍କର୍ମ କରିଥିଲେ। ପରେ ମୁଖ୍ୟ ଅଭିଯୁକ୍ତ ବିବନ ପୀଡିତାଙ୍କୁ ନେଇ ଏକ ଜଙ୍ଗଲରେ ମଧ୍ୟ ଦୁଷ୍କର୍ମ କରିଥିଲା। ଏହି ଦୁଷ୍କର୍ମ ତିନି ଚାରି ଘଣ୍ଟା ଧରି ଚାଲିଥିଲା। ଏନେଇ କଟକ ମହିଳା ଥାନାରେ ପରଦିନ ଅର୍ଥାତ୍ ଜାନୁଆରୀ ୧୦ ତାରିଖରେ କେସ ନଂ ୩ରେ ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା।

ତେବେ ଏହି ଘଟଣା ସେ ସମୟରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ରାଜ୍ୟବ୍ୟାପି ଧାରଣା, ପୋଡ଼ାଜଳା ଏପରିକି ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା। ଘଟଣାର ମାତ୍ର ଦୁଇଦିନ ପରେ ଅର୍ଥାତ୍ ଜାନୁଆରୀ ୧୨ ତାରିଖରେ ରାଜ୍ୟ ସରକାର ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ଓଡିଶା ପୁଲିସ ଓ କ୍ରାଇମବ୍ରାଞ୍ଜ ପ୍ରଥମେ ବ୍ୟବହୃତ ସ୍କୁଟରକୁ ଜବତ କରିବା ସହ ସେହି ମାସ ୨୬ ରେ ପଦିଆ ଓ କୁନିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ଧରାପଡି ନଥିବାରୁ ଏଭଳି ସମ୍ବେଦନଶୀଳ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ମାନ୍ୟବର ଓଡିିଶା ହାଇକୋର୍ଟ ଫେବୃଆରୀ ୨୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ଏହି ମାମଲାର ତଦନ୍ତ କରି ୧୯୯୯ ମେ ୫ ତାରିଖରେ ୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ମାମଲାର ବିଚାର କରି ଭୁବନେଶ୍ୱର ଜିଲ୍ଲା ଜଜ୍ ମହେନ୍ଦ୍ର ପଟ୍ଟନାୟକ ୨୦୦୨ ଏପ୍ରିଲ ୨୯ ତାରିଖରେ ଆଇପିସି ୩୪୧, ୩୬୬, ୩୭୨(ଛ), ୩୯୪ରେ ପଦିଆ ଓ କୁନିଆ ଓ ପଳାତକ ଘୋଷିତ ବିବନକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଭିଯୁକ୍ତ ପଦିଆ ଓ କୁନିଆକୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ। ଏହି ରାୟ ବିରୋଧରେ ପଦିଆ ଓ କୁନିଆ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ତେବେ ବିଚାରପତି ଏ ଏସ ନାଇଡୁ ଓ ବିଚାରପତି ସୁବାସ ପରିଜାଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୦ ଜୁନ ୨୪ ତାରିଖରେ ରାୟ ପ୍ରକାଶ କରି ପୂର୍ବ ଦଣ୍ଡାଦେଶକୁ କାଏମ ରଖିବା ସହ ମୁଖ୍ୟ ଅଭିଯୁକ୍ତ ଧରାପଡିନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେବେଠାରୁ ଏହି ମାମଲା ଉଭୟ ସିବିଆଇ ଓ ରାଜ୍ୟ ପୁଲିସର ତଦନ୍ତାଧିନ ରହିଥିଲା। ଗତ ୩ ମାସ ପୂର୍ବରୁ କମିଶନରେଟ ପୁଲିସ ପକ୍ଷରୁ କମିଶନର ଡ. ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଘଟଣାର ତଦନ୍ତ ପାଇଁ ଏକ ଅପରେସନ୍ ସାଇଲେଣ୍ଟ ୱାଇପର ବା ନିରବ ବୋଡାସାପର ଆରମ୍ଭ କରାଯାଇଥିଲା। ଡିସିପି ପ୍ରତୀକ ସିଂହ , ଅତିରିକ୍ତ ଡିସିପି ପ୍ରମୋଦ କୁମାର ରଥ, ସ୍ପେଶାଲ ସ୍କ୍ୱାର୍ଡ ଇନ୍ସପେକ୍ଟର ଅଜୟ ଦାସ ଓ ବାରଙ୍ଗ ଥାନା ଇନ୍ସପେକ୍ଟର ଶଶୀକାନ୍ତ ରାଉତଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ବିବନ ୨୦୦୭ରୁ ମୁମ୍ବାଇର ଆମ୍ବିଭାଲିରେ ରହି ପାଣି ପାଇପ୍ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା। ସେଠାରେ ସେ ତାର ନାମ ପରିବର୍ତ୍ତନ କରି ଜଳନ୍ଧର ସ୍ୱାଇଁ ରଖିଥିଲା ଓ ଏହି ନାମରେ ଆଧାରକାର୍ଡ, ପାନ କାର୍ଡ ଓ ବ୍ୟାଙ୍କ୍ ପାସ୍ବୁକ୍ ଆଦି ଖୋଲିଥିଲା। ତେବେ ସେ ସେଠାରେ ଏହିସବୁ ଦସ୍ତାବିଜ୍ ପାଇଁ କରିଥିବା ଆବେଦନରେ ତାର ମୂଳ ଠିକଣା ବାରଙ୍ଗ ନରଣପୁର ବୋଲି ରଖିଥିଲା। କିନ୍ତୁ ଭୁଲେଖ ୱେବସାଇଟରୁ ନରଣପୁରରେ ଜଳନ୍ଧର ସ୍ୱାଇଁ ନାମରେ କୌଣସି ବାସିନ୍ଦାଙ୍କ ନାମ ନ ଆସିବାରୁ ପୁଲିସର ସନ୍ଦେହ ବଢିଥିଲା। ଅଭିଯୁକ୍ତ ବିବନ ତାର ପରିବାର ସହିତ ସଂପର୍କ ରଖିବା ସହ ଆର୍ôଥକ ସହାୟତା ଦେଉଥିଲା ଓ ବିବେକାନନ୍ଦ ବିଶ୍ୱାଳର ମୃତ୍ୟୁ ସାର୍ଟିଫିକେଟ୍ ବାହାର କରାଇବା ପାଇଁ ପ୍ରବର୍ତ୍ତାଉଥିଲା। ତଦନୁଯାୟୀ ପରିବାରବର୍ଗ ପକ୍ଷରୁ ମଧ୍ୟ ବାରମ୍ବାର ଏଥିପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ। ଏହିସବୁ ସୂଚନାକୁ ଆଧାର କରି ଗତ ୧୯ ତାରିଖରେ ବାଦାମବାଡି ଥାନାଧିକାରୀ ରଶ୍ମିରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ମୁମ୍ବାଇ ଯାଇ ସେଠାରୁ କମ୍ପାନୀର କ୍ୱାର୍ଟରରୁ ଜଳନ୍ଧରକୁ ଠାବ କରିବା ବେଳେ ଜଳନ୍ଧର ସାଦା ପୋଷାକଧାରୀ ପୁଲିସକୁ ଦେଖି ଦଉଡିଥିଲା। ତେବେ ପୁଲିସ ତାକୁ କାବୁ କରି ଏଠାକୁ ଆଣିବାରେ ସକ୍ଷମ ହୋଇଛି। ମାମଲା ସିବିଆଇର ତଦନ୍ତାଧିନ ଥିବାରୁ ମୁଖ୍ୟ ଅଭିଯୁକ୍ତକୁ ଭୁବନେଶ୍ୱର ସିବିଆଇ ଅଦାଲତରେ ହାଜର କରାଯିବା ପରେ ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ଡ. ଷଡଙ୍ଗୀ କହିଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ଏହି ଘଟଣାରେ ଓଡିଶାର ତତ୍କାଳୀନ କଂଗ୍ରେସ ସରକାରର ପତନ ଘଟିଥିଲା। ତତ୍କାଳୀନ ଆଡଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କ ବିରୋଧରେ ପୀଡିତା ଅଭିଯୋଗ କରିଥିଲେ। ଏହି ଘଟଣାରେ ଶ୍ରୀ ରାୟଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଘଣ୍ଟ ଘୋଡାଇଥିବା ଅଭିଯୋଗ କରି ବିରୋଧି ଦଳ ପକ୍ଷରୁ ରାଜ୍ୟବ୍ୟାପି ବିକ୍ଷୋଭ, ପ୍ରତିବାଦ ଆଦି କରାଯାଇଥିଲା। ପରେ କଂଗ୍ରେସ ହାଇକମାଣ୍ଡ ଶ୍ରୀ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଡ. ଗିରିଧାରୀ ଗମାଙ୍ଗଙ୍କୁ ଦାୟିତ୍ୱ ଦେଇଥିଲେ। ସେବେଠାରୁ ରାଜ୍ୟରେ କଂଗ୍ରେସ ଏହି ଘଟଣା ପାଇଁ କ୍ଷମତାଠାରୁ ଦୂରେଇ ରହିଛି।