ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଭେଣ୍ଟିଲେଟର ଆମ୍ବୁଲାନ୍ସ ପ୍ରଦାନ

ରାୟଗଡ଼ା,ଏନ୍ଏନ୍ଏସ୍: ଆଦିତ୍ୟ ଆଲୁମିନା ଇଣ୍ଟନ୍ୟାସନାଲ ଲିମିଟେଡ୍ ପକ୍ଷରୁ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଏକ ଆଧୁନିକ ଜୀବନ ସହାୟତାକାରୀ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଏହି ଆମ୍ବୁଲାନ୍ସରେ ସମସ୍ତ ଜରୁରୀକାଳୀନ ଉପକରଣ ବ୍ୟବସ୍ଥା ଯଥା ପରିବହନ ଭେଣ୍ଟିଲେଟର, ମାଉଥ୍ ମାସ୍କ, ଫୋଲ୍ଡିଂ ଷ୍ଟ୍ରେଚର, ଏମର୍ଜେନ୍ସି କିଟ୍, ସକ୍ସନ ପମ୍ପ୍, ଦୁଇଟି ଅକ୍ସିଜେନ୍ ସିଲିଣ୍ଡର, ଅକ୍ସିଜେନ୍ ସପ୍ଲାଏ ପାଇପଲାଇନ୍, କାର୍ଡିଆକ୍ ମନିଟର ଇତ୍ୟାଦି ରହିଛି। ଏହାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଉଦଘାଟନ କରିଥିଲେ। ଏହି ସମାରୋହରେ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା , ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ସିଡିଏମଓ ଡ଼ା. ଆର୍ତ୍ତବନ୍ଧୁ ନାୟକ, ଉପ-ଜିଲ୍ଲପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ରାୟଗଡ଼ା ବିଧାୟକ ମକରନନ୍ଦ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।