Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜନନୀ ଯନ୍ତ୍ରଣା ପାଇଁ ଚର୍ଚ୍ଚିତ ରାୟଗଡ଼ାକୁ ବାଇକ ଆମ୍ବୁଲାନ୍ସ ଆସିବତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜନନୀ ଯନ୍ତ୍ରଣା ପାଇଁ ଚର୍ଚ୍ଚିତ ରାୟଗଡ଼ାକୁ ବାଇକ ଆମ୍ବୁଲାନ୍ସ ଆସିବତ

ରାୟଗଡା,(ଏନ୍‌ଏନ୍‌ଏସ୍‌) : ଜନନୀ ଯନ୍ତ୍ରଣା ପାଇଁ ସବୁ ବେଳେ ରାୟଗଡ଼ା ଜିଲ୍ଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସବୁ ଘଟଣାରେ ଗୋଟିଏ ଉତର ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ ଯାଇପାରିଲା ନାହିଁ ଫଳରେ କିଏ ବିଲ ହୁଡ଼ାରେ ତ ପୁଣି କିଏ ନଦୀ ଘାଟରେ ପୁଣି କେହି ରାସ୍ତା କଡ଼ରେ ପ୍ରସବ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଇତି ମଧ୍ୟରେ କୋରାପୁଟ ଭଳି ପଛୁଆ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସୁଗମ କରିବା ପାଇଁ ରାଜ୍ୟ ସରକାର ରୋଗୀଙ୍କ ପାଇଁ ୮ ଟି ବାଇକ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି ।

ହେଲେ ଚର୍ଚ୍ଚାରେ ରହି ଆସୁଥିବା ରାୟଗଡ଼ା ଜିଲ୍ଲା ପାଇଁ ସରକାରଙ୍କ ପକ୍ଷରୁ ଗୋଟିଏ ମଧ୍ୟ ବାଇକ ଆମ୍ବୁଲାନ୍ସ ଦିଆଯାଇ ନାହିଁ । ବିଗତ ଦିନରେ ରାୟଗଡ଼ା ଜିଲ୍ଲାର ଆଦିମ ଜନଜାତୀ ଡ଼ଙ୍ଗରିଆ କନ୍ଧ ଅଞ୍ଚଳରେ ଗମନା ଗମନର ଅସୁବିଧା ଯୋଗୁଁ ତତ୍‌କାଳୀନ ଜିଲ୍ଲାପାଳ ଜିଲ୍ଲା ଖଣି ପାଣ୍ଠିରୁ ଗୋଟିଏ ବାଇକ ଆମ୍ବୁଲାନ୍ସ କଲ୍ୟାଣସିଂହପୁର ବ୍ଲକକୁ ଯୋଗାଇ ଦେଇଥିଲେ । ଇତି ମଧ୍ୟରେ କଲ୍ୟାଣସିଂହପୁର ବ୍ଲକକୁ ବାଇକ ଆମ୍ବୁଲାନ୍ସ ଯୋଗାଇ ୩ ବର୍ଷ ପୁରିବାକୁ ବସିଥିବା ବେଳେ ମାତ୍ର ଦୁଇରୁ ତିନିଥର ଏହି ବାଇକ ଆମ୍ବୁଲାନ୍ସରେ ରୋଗିକୁ ଡାକ୍ତରଖାନା ଅଣାଯାଇଛି ।

ସେପଟେ ଜିଲ୍ଲାର କାଶିପୁର , ପଦ୍ମପୁର , ଗୁଡାରୀ , ପଦ୍ମପୁର ଓ ଚନ୍ଦ୍ରପୁର ଆଦି ବ୍ଲକରେ ଅନେକ ଗାଁ ପାହାଡ ଉପରେ ରହିଥିବାରୁ ଜରୁରୀ କାଳିନ ପରିସ୍ଥିତିରେ ସମ୍ପୃକ୍ତ ଗ୍ରାମର ରୋଗୀମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପାଇଁ ବିଭିନ୍ନ ସମସ୍ୟା ଦେଖାଦେଉଛି । ରାୟଗଡା ଜିଲ୍ଲାର ଏହି ସବୁ ଉପାନ୍ତ ଇଲାକାରେ ସ୍ୱାସ୍ଥ୍ୟସେବା ସୁବ୍ୟବସ୍ଥିତ କରିବା ସକାଶେ ବାଇକ ଆମ୍ବୁଲାନ୍ସର ଆବଶ୍ୟକତା ରହିଛି । ଏବେ ମଧ୍ୟ ଜିଲ୍ଲାର ୪୦୦ ଗାଁକୁ ସବୁଦିନିଆ ରାସ୍ତଟିଏର ସୁବିଧା ନଥିବାରୁ ଦୁର୍ଗମ ଗାଁ’ ଗୁଡ଼ିକରେ ଚାରିଚକିଆ ଆମ୍ବୁଲାନ୍ସ ସେବା ପହଞ୍ôଚବା ଅସମ୍ଭବ ହୋଇପଡୁଛି । ଫଳରେ ରୋଗୀ କିମ୍ବା ଆସନ୍ନ ପ୍ରସବା ଭାରରେ ବୁହା ହୋଇ ପ୍ରଥମେ ଆମ୍ବୁଲାନ୍ସ ଓ ପରବର୍ତ୍ତୀ ପର୍ଯ୍ୟାୟରେ ନିକଟବର୍ତ୍ତୀ ଚିକିତ୍ସାଳୟରେ ଭର୍ତ୍ତୀ ହେଉଛନ୍ତି ।

ବେବେ ବେଳେ ଠିକ ସମୟରେ ଡାକ୍ତର ଖାନାରେ ନ ପହଞ୍ଚିପାରି ଗର୍ଭବତୀଙ୍କ ଠାରୁ ଆରମ୍ଭ କରି ରୋଗୀଙ୍କ ପର୍ଯ୍ୟନ୍ତ ଅନେକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଦେଖାଦେଉଛି । ତେବେ ଏଭଳିସ୍ଥିତିରେ ଦୁର୍ଗମ ଅଞ୍ଚଳ ପାଇଁ ବାଇକ ଆମ୍ବୁଲାନ୍ସ ମୁତୟନ ରହିଥିଲେ ଦୁର୍ଗମବାସୀଙ୍କ ନିକଟରେ ଶିଘ୍ର ସ୍ୱାସ୍ଥ୍ୟସେବା ପହଞ୍ôଚପାରିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି ।