ରାୟଗଡାରେ ହେବ କୋଭିଡ ପରୀକ୍ଷା ଜିଲ୍ଲାରାଜ୍ୟ By Nitidin On May 19, 2020 Share ରାୟଗଡ଼ା,ଏନ୍ଏନ୍ଏସ୍ : ରାୟଗଡାରେ ସନ୍ଧିଗ୍ଧ କୋଭିଡ ଆକ୍ରାନ୍ତଙ୍କ ହେବ ସ୍ୱାବ ନମୁନା ପରୀକ୍ଷା । ଯାହାଫଳରେ ଶିଘ୍ର ରୋଗ ନିରୂପଣ ହେବା ସହ ସମ୍ପୃକ୍ତ ମହାମାରୀ ଭୂତାଣୁ ଆକ୍ରାନ୍ତଙ୍କ ଜିଲ୍ଲାରେ ହୋଇପାରିବ ତୁରନ୍ତ ଚିକିତ୍ସା । ଏ ନେଇ ସଦର ମହକୁମାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ପ୍ରତିଷ୍ଠିତ ଆଚଂଳିକ ମେଡିକାଲ ଗବେଷଣା କେନ୍ଦ୍ରଠାରେ ଚାଲିଛି ପ୍ରସ୍ତୁତି । ସ୍ଥାପନ ହୋଇଛି ଆବଶ୍ୟକ ଯାନ୍ତ୍ରୀକ ଉପକରଣ । ଏହି ପରିପ୍ରେକ୍ଷୀରେ ଆଜି କୋଭିଡ ନିରୂପଣ ପରୀକ୍ଷଣ ସକାଶେ ଜୁରୀ ଟ୍ରୁନାଟ ନାମମକ ମେଶିନ ରାୟଗଡାଠାରେ ଆସି ପହଚିଂଥିଲା। ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଭୁବନେଶ୍ୱରସ୍ଥିତ ଆରଏମଆରସିଠାରୁ ଯାନ୍ତ୍ରୀକ ଟିମ ଆସି ଚଳାଇଛନ୍ତି ଅବିରତ ଉଦ୍ୟମ। ରାୟଗଡା ଜିଲ୍ଲା ଚିକିତ୍ସାଳୟ ପରିସରରେ ପୂର୍ବରୁ ଆରଏମଆରସିର ଟ୍ରାଇବାଲ ୟୁନିଟ ନାମକ ପୂର୍ବରୁ ଏକ ଉପକେନ୍ଦ୍ର ପ୍ରତିଷ୍ଠା ହୋଇଛି। ଏହା ବିଗତ ୨୦୦୮ ଓ ୨୦୦୯ ମସିହାରେ କାଶୀପୁରଠାରେ ଡାଇରିଆ ରୋଗ ମହାମାରୀ ରୂପ ନେଇଥିବାବେଳେ ସଦର ମହକୁମାଠାରେ ରୋଗ ନିରୂପଣ ସକାଶେ ଆରଏମଆରସି ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଏକ ଆରଏମଆରସିର ଉପକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ତେବେ ଚଳିତ ବର୍ଷଠାରୁ ଏହାକୁ ଆନୁଦାନ ଆସିବା ବନ୍ଦ ହୋଇଥିବାରୁ ଉପକେନ୍ଦ୍ରକୁ ବନ୍ଦ କରାଯାଇଥିଲା। ତେବେ କରୋନା ମହାମାରୀ ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଦକ୍ଷିଣ ଓଡ଼ିଶାରେ ସନ୍ଧିଗ୍ଧ କରୋନା ଆକ୍ରାନ୍ତଙ୍କ ସ୍ୱାବ ନମୁନା ଭୁବନେଶ୍ୱରକୁ ପଠାଯାଉଛି। ତେବେ ରୋଗ ନିରୁପଣ ଏବଂ ଆକ୍ରାନ୍ତଙ୍କୁ ତୁରନ୍ତ ଚିହ୍ନଟ ଓ ଚିକିତ୍ସା ପ୍ରଦାନରେ ବିଳମ୍ବ ଘଟିବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଥିଲା। ପୂର୍ବରୁ ଆରଏମଆରସି ଟ୍ରାଇବାଲ ଉପକେନ୍ଦ୍ର ରାୟଗଡ଼ାରେ ଥିବାରୁ କରେନା ମହାମାରୀ ନିମନ୍ତେ ମଧ୍ୟ ଏଠାରେ ସ୍ୱାବ ପରୀକ୍ଷା ସକାଶେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳ ପ୍ରମୋଦକୁମାର ବେହେରା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଆର୍ତବନ୍ଧୁ ନାୟକ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ବିଭାଗୀୟ ଅଧିକାରୀ ଏଥିନେଇ ନିଜ ସହମତି ପ୍ରକାଶ କଲା ପରେ ରାୟଗଡାରେ କୋଭିଡ ନିରୂପଣ ପାଇଁ ବାଟ ଫିଟିଥିବା ଜଣାଯାଇଛି। ଆଉ ଅଳ୍ପକେଇ ଦିନ ପରେ ମେ’ ଶେଷ ସପ୍ତାହ ସୁଦ୍ଧା ରାୟଗଡାରେ ସମୂର୍ଣ୍ଣ କାର୍ଯ୍ୟକ୍ଷମ ହେବ କରୋନା ସ୍ୱାବ ନମୁନା ପରୀକ୍ଷଣ ଲ୍ୟାବ। ଏଥିସକାଶେ ଦୁଇଜଣ ଲ୍ୟାବ ଟେକ୍ନିସ୍ୟାନଙ୍କୁ ରାଜ୍ୟ ରାଜଧାନୀ ସ୍ଥିତ ଆରଏମଆରସି ମୁଖ୍ୟ ଲ୍ୟାବକୁ ପଠାଯ।।ଇ ତାଲିମ ଦେବା ପରେ ରାୟଗଡାରେ ଆରମ୍ଭ ହେବ ବିଦ୍ଧିବଦ୍ଧ ସନ୍ଧିଗ୍ଧ ରୋଗୀଙ୍କ ସ୍ୱାବ ପରୀକ୍ଷା। ତେବେ ପ୍ରଥାମିକ ପର୍ଯ୍ୟାୟରେ ଉକ୍ତ ଲ୍ୟାବରେ ଦିନକୁ ପ୍ରାୟ ୫୦ଜଣଙ୍କ ସ୍ୱାବ ନମୁନା ପରୀକ୍ଷା ସକାଶେ ଲକ୍ଷ ଧାର୍ଯ୍ୟ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । Share