ପୁଣେରେ ଫସିଛନ୍ତି ପଶ୍ଚିମଓଡ଼ିଶାର ୩ହଜାର ଶ୍ରମିକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍:ପଶ୍ଚିମଓଡ଼ିଶାର ପ୍ରାୟ ୩ ହଜାର ଶ୍ରମିକ ମହାରାଷ୍ଟ୍ରର ପୁଣେରେ ଫସି ରହିଛନ୍ତି। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼ ପରି ପଶ୍ଚିମଓଡ଼ିଶାର ଅଧିକାଂଶ ଜିଲ୍ଲାର ଲୋକେ ପୁଣେ ସହରକୁ ଯାଇ ବିଭିନ୍ନ କମ୍ପାନୀରେ କାମ କରୁଛନ୍ତି। ଲକଡାଉନ ଯୋଗୁଁ ପ୍ରାୟ ୨ ମାସ ହେବ କାମ ବନ୍ଦ ଥିବାରୁ ସେମାନେ ଘରକୁ ଫେରିବା ପାଇଁ ଓଡ଼ିଶା ସରକାରଙ୍କ କୋଭିଡ ପୋର୍ଟାଲରେ ରେଜିଷ୍ଟ୍ରେସନ କରି ସାରିଛନ୍ତି। ହେଲେ ରାଜ୍ୟ ସରକାର ସେମାନଙ୍କୁ ଫେରାଇ ଆଣିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି। ତେଣୁ ସେମାନଙ୍କୁ ସ୍ୱତନ୍ତ୍ର ଟ୍ରେନ ମାଧ୍ୟମରେ ଶୀଘ୍ର ଆଣିବାର ବ୍ୟବସ୍ଥା କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ପର୍ଯ୍ୟଟକଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଶ୍ରମିକମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍େରଦଶ, ତାମିଲନାଡ଼ୁ, ତେଲେଙ୍ଗାନା, କର୍ଣ୍ଣାଟକ ପରି ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରନ୍ତୁ। ଏଥି ସହିତ ସେମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି।