ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ବିଜେପି ପକ୍ଷରୁ ଦାବି

ରାୟଗଡ଼ା,ଏନ୍ଏନ୍ଏସ୍ : କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ଖୋଲିବା ପାଇଁ ଦାବି କରିଛି ବିଜେପି। ଭାରତୀୟ ଜନତା ପାର୍ଟିର ନଗର ସଭାପତି ଶ୍ୟାମ ସୁନ୍ଦର ଦାଶଙ୍କ ନେତୃତ୍ୱରେ ରାୟଗଡା ସହରେ ଥିବା ଧାର୍ମିକ ସ୍ଥଳର ପ୍ରତିନିଧି ଦଳ ଏବଂ ସେବା ସମିତିର ସଦସ୍ୟ ମାନେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ କୋଭିଡ ଗାଇଡ ଲାଇନ ମାନି ଧାର୍ମିକ ଅନୁଷ୍ଠାନ ଖୋଲିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ସହକାରୀ ଜିଲ୍ଲାପାଳ ନାରାୟଣ ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ବର୍ତ୍ତମାନ ଜିଲ୍ଲାରେ କୋରନା ସଂକ୍ରମଣ କମିଥିବାରୁ ଯଥାଶୀଘ ଧାର୍ମିକ ଅନୁଷ୍ଠାନ ଗୁଡିକ ଖୋଲିବା ନିମନ୍ତେ ପ୍ରଶାସନ ଅନୁମତି ପ୍ରଦାନ କରୁ ବୋଲି ବିଜେପି ଦାବି କରିଛି। ଦାବିପତ୍ର ପ୍ରଦାନ ସମୟରେ ବିଦ୍ୟା ପଣ୍ଡା, ଝରଣା ମହାନ୍ତି, ମଞ୍ଜୁଳା ମିଣିୟାକା, ରାଜେଶ ପାଣିଗ୍ରାହୀ, ଲକ୍ଷ୍ମୀ ବୁରୁଡି, ଏନ୍ ଜଗଦିଶ ରାଓ, ପ୍ରଶାନ୍ତ ପଟ୍ଟନାୟକ, ଅଜୟ ଶର୍ମା, ସୁଶାନ୍ତ ମିଶ ପ୍ରମୁଖ ଉପସ୍ଥିତ ଥିଲେ।