ନିୟମ ଖିଲାପକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜିଲ୍ଲା By Nitidin On Apr 7, 2020 Share ରାୟଗଡା,ଏନ୍ଏନ୍ଏସ୍ : ଲକ ଡାଉନ ନିୟମ ଉଲଘଂନ କରିବା ଅଭିଯୋଗରେ ରାୟଗଡ଼ା ପୋଲିସ ନିୟମ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଲକ ଡାଉନ ସମୟରେ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ବାହନ ଚଳା ଚଳ ଉପରେ ଅଙ୍କୁଶ ଲାଗିଥିଲେ ମଧ୍ୟ କିଛି ବିଶୃଙ୍ଖଳାକାରୀ ବ୍ୟକ୍ତି ପ୍ରଶାସନ ଜାରୀ କରିଥିବା ନିମୟକୁ ଅବମାନନା କରୁଥିବା ରାୟଗଡା ସହରରେ ଦେଖିବାକୁ ମିଳିଥିଲା। ଫଳର ରାୟଗଡା ପୋଲିସ ପକ୍ଷର ନିୟମ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଫଳରେ ୧୩୮ ଗୋଟି ଦୁଇ ଚକିଆ ଯାନ, ୨ଟି ବୋଲରେ, ଗୋଟିଏ ଇନୋଭା ଏବଂ ଗୋଟିଏ ସ୍କ୍ରୋପିଓ ଗାଡି ଜବତ କରିଥିଲା। ଲକ ଡାଉନ ନିୟମକୁ ଅବମାନନା କରି ଦୋକାନ ଖୋଲିଥିବା ୨୦ ଜଣଙ୍କ ଉପରେ ମାମଲା ରୁଜ୍ଜୁ ହୋଇଥିବା ବେଳେ କରୋନା ସଂପର୍କରେ ମିଥ୍ୟା ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗରେ ୩ ଜଣ ଏବଂ କ୍ୱାରେଟାଂଇନ ନିୟମ ଭଙ୍ଗ କରିଥିବା ଅଭିଯୋଗରେ ୨ ଜଣଙ୍କ ଉପରେ ରାୟଗଡା ଥାନାରେ ମାମାଲ ରୁଜ୍ଜୁ ହୋଇଛି । ଏଥି ସହ ରାୟଗଡା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରୀ କରୁଥିବା ଅଭିଯୋଗର ଅବକାରୀ ନିୟମ ଅନୁଯାୟୀ ୩୧ ଜଣଙ୍କ ଉପରେ ମାମଲା ମଧ୍ୟ ରୁଜ୍ଜୁ ହୋଇଛି । ଜିଲ୍ଲାରେ ଲକ ଡାଉନ ନିୟମ ଅବମାନା କରୁଥିବା ଅଭିଯୋଗରେ ୧୩୮ ଗୋଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ୧୪୩ଟି ଗାଡି ଜବତ କରାଯାଇଛି । ଏଥି ସହ ୪୨୮ ଜଣଙ୍କୁ ନୋଟିସ ପ୍ରଦାନ କରାଯାଇଥିବା ନେଇ ଏକ ପ୍ରେସ ବିବୃତିରେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି । Share