ସଇଁନ୍ତଳାରେ ଫିକା ପଡିଲା ରଥଯାତ୍ରା

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଡେଙ୍ଗ, ଶିଷକେଲା, କରମତଳା,ଘୁନସର,ସଇଁନ୍ତଳା ଆଦି ସ୍ଥାନରେ ଏଥର ରଥଯାତ୍ରା ଫିକା ପଡ଼ିଛି। ସଂକ୍ରମଣ ଆଶଙ୍କାକରି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାରୁ ଲୋକେ ଘରୁ ବାହାରି ନଥିଲେ। ପ୍ରଭୁ ଜଗନ୍ନାଥଙ୍କୁ ରଥରେ ଦର୍ଶନ ପାଇଁ ଲୋକେ ଅନାଇ ରହିଥିଲେ ମଧ୍ୟ ଦେଖି ପାରିନଥିଲେ। ଏହି କ୍ରମରେ ଚଳିତବର୍ଷ ଘୁନସର ସମେତ ସଇଁନ୍ତଳା ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ମନ୍ଦିର ଭିତରେ କରାଯାଉଛି।