ସଂନ୍ଧ୍ୟା ୭ଟା ପରେ ପୁରୀ ଜିଲ୍ଲାରେ କର୍ଫ୍ୟୁ କୋହଳ

ପୁରୀ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲାରେ କର୍ଫ୍ୟୁ କୋହଳ କରାଯାଇଛି। ରଥଯାତ୍ରା ପାଇଁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା। ତେବେ  ଆଜି ସଂନ୍ଧ୍ୟା ୭ଟାରୁ କର୍ଫ୍ୟୁ ଉଠିବ ବୋଲି ପୁରୀ ଜିଲ୍ଲାପାଳ ଘୋଷଣା କରିଛନ୍ତି। ବଡ଼ ଶଂଖଠାରୁ ମାଟିଆପଡ଼ା ବସଷ୍ଟାଣ୍ଡ ଗୋଲେଇଛକ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ। ଅନ୍ୟ ସମସ୍ତ ଅଞ୍ଚଳରେ କର୍ଫ୍ୟୁ ଉଠିବ।