ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲର ଶୁଭାରମ୍ଭ, ଜାଣନ୍ତୁ ପଦ୍ମ ପୁରସ୍କାର ୨୦୨୩ ପଞ୍ଜିକରଣର ଶେଷ ତାରିଖ

ନୂଆଦିଲ୍ଲୀ,ଏଜେନ୍ସି: ପାରଦର୍ଶିତା ଓ ଜନଭାଗିଦାରିକୁ ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ/ଏଜେନ୍ସି ଦ୍ବାରା ପ୍ରଦାନ କରାଯାଉଥିବା ସମସ୍ତ ପୁରସ୍କାରକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ପାଇଁ ସରକାର ଏକ ସାଧାରଣ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ https://awards.gov.in ଆରମ୍ଭ କରିଛନ୍ତି। ଏହି ପୋର୍ଟାଲ ପ୍ରତ୍ୟେକ ନାଗରିକ କିମ୍ବା ସଂଗଠନକୁ ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ବିଭିନ୍ନ ସମ୍ମାନଜନକ ପୁରସ୍କାର ପାଇଁ ବ୍ୟକ୍ତି/ସଂଗଠନକୁ ମନୋନୀତ କରିବା ନିମନ୍ତେ ସୁବିଧା ପ୍ରଦାନ କରିଥାଏ। ତେବେ ଚଳିତ ବର୍ଷ ପୁରସ୍କାର ପାଇଁ ନାମାଙ୍କନ ଜାରି ହୋଇସାରିଛି।

ସେଗୁଡ଼ିକ ହେଲା…

୧. ପଦ୍ମ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ ୧୫/୦୯/୨୨

୨. ବନ ବିଭାଗରେ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ ୩୦/୦୯/୨୨

୩. ଜାତୀୟ ଗୋପାଳ ରତ୍ନ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ ୧୫/୦୯/୨୨

୪. ଜାତୀୟ ଜଳ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ ୧୫/୦୯/୨୨

୫. ବରିଷ୍ଠ ନାଗରିକଙ୍କ ପାଇଁ ଜାତୀୟ ପୁରସ୍କାର (ବୟୋଶ୍ରେଷ୍ଠ ସମ୍ମାନ) – ନାମାଙ୍କନ ଦାଖଲର ଶେଷ ତାରିଖ ୨୯/୦୮/୨୨

୬. ବ୍ୟକ୍ତିଗତ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର ୨୦୨୧- ନାମାଙ୍କନ ଦାଖଲର ଶେଷ ତାରିଖ ୨୮/୦୮/୨୨

୭. ବ୍ୟକ୍ତିଗତ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର ୨୦୨୨- ନାମାଙ୍କନ ଦାଖଲର ଶେଷ ତାରିଖ ୨୮/୦୮/୨୨

୮. ଦିବ୍ୟାଙ୍ଗ ସଶକ୍ତିକରଣ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ଜାତୀୟ ପୁରସ୍କାର ୨୦୨୧- ନାମାଙ୍କନ ଦାଖଲର ଶେଷ ତାରିଖ ୨୮/୦୮/୨୨

୯. ଦିବ୍ୟାଙ୍ଗ ସଶକ୍ତିକରଣ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ଜାତୀୟ ପୁରସ୍କାର ୨୦୨୨- ନାମାଙ୍କନ ଦାଖଲର ଶେଷ ତାରିଖ ୨୮/୦୮/୨୨

୧୦. ଜାତୀୟ ସିଏସଆର ପୁରସ୍କାର ୨୦୨୨- ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୮/୨୨

୧୧. ନାରୀ ଶକ୍ତି ପୁରସ୍କାର ୨୦୨୩- ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୧୦/୨୨

୧୨.ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର ୨୦୨୩- ନାମାଙ୍କନ ଦାଖଲର ଶେଷ ତାରିଖ ୨୯/୦୮/୨୨

୧୩. ମଦ୍ୟପାନ ଓ ମାଦକ ଦ୍ରବ୍ୟ ସେବନ ରୋକିବାରେ ଉଲ୍ଲେଖନୀୟ ସେବା ପାଇଁ ଜାତୀୟ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ ୩୧/୦୮/୨୨

୧୪. ଜୀବନ ରକ୍ଷକ ପଦକ ନାମାଙ୍କନ ଦାଖଲର ଶେଷ ତାରିଖ ୩୦/୦୯/୨୨

ପଦ୍ମ ପୁରସ୍କାର ୨୦୨୩ ପାଇଁ ଅନଲାଇନ ମନୋନୟନ ଓ ସୁପାରିଶ ୨୦୨୩ ଗଣତନ୍ତ୍ର ଦିବସରେ ଘୋଷଣା ହେବ । ମଇ ୨୦୨୨ରୁ ଆବେଦନ ପାଇଁ ଖୋଲା ରହିଛି । ପଦ୍ମ ପୁରସ୍କାର ପାଇଁ ନୋନିନେସନର ଶେଷ ତାରିଖ ୧୫ସେପ୍ଟେମ୍ବର ୨୦୨୨ ରହିଛି ।