ଦୁଷ୍କର୍ମକାରୀ ପାଦରି ସହ ବାହାଘର ପାଇଁ ସୁପ୍ରମକୋର୍ଟକୁ ଅନୁମତି ମାଗିଲେ ପୀଡ଼ିତା

ନୂଆଦିଲ୍ଲୀ,ଏଜେନ୍ସି: କେରଳର ଏକ ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚର୍ଚ୍ଚର ପାଦରି ରବିନ ବଡ଼କୁମଚେରି(୫୩)କୁ ବିବାହ କରିବା ପାଇଁ ପୀଡ଼ିତା ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପୀଡ଼ିତା ଜଣଙ୍କ ଦୁଷ୍କର୍ମକାରୀ ପାଦରିର ଜାମିନ ପାଇଁ ଆବେଦନ କରିଛନ୍ତି। ଏହି ମାମଲାରେ ସୋମବାର ଦିନ ଶୁଣାଣି କରାଯିବ।

ସୂଚନା ଅନୁସାରେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ କରାଇବା ଅଭିଯୋଗରେ ପାଦରି ରବିନକୁ ଫେବୃଆରୀ ୨୦୧୯ରେ କୋର୍ଟ ଦୋଷୀ ଶୁଣାଣି କରିବା ସହିତ ୨୦ ବର୍ଷ କାରାବାସ ଶୁଣାଇଥିଲା। ବେଟିକନ ତରଫରୁ ତାକୁ ପାଦରି ପଦରୁ ମଧ୍ୟ ବହିଷ୍କୃତ କରାଯାଇଥିଲା।