ବିହାର ରାଜନୀତି: ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ ଲଲନ ସିଂହ

ପାଟନା,ଏଜେନ୍ସି: ମୁଙ୍ଗେରର ସାଂସଦ ଲଲନ ସିଂହ ଜେଡିୟୁର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଦିଲ୍ଲୀରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିକଟତର ଥିବା ନେତା ଆରସିପି ସିଂହ କେନ୍ଦ୍ର ମନ୍ତ୍ରୀ ହେବାପରେ ଲଲନ ସିଂହଙ୍କୁ ଦଳର ଦାୟିତ୍ୱ ହସ୍ତାନ୍ତର ନେଇ ଆଲୋଚନା ହେଉଥିଲା। ଦଳର ସଂସଦୀୟ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର କୁଶବାହା ମଧ୍ୟ ଏହି ପଦବୀ ପାଇଁ ଦାବିଦାର ଥିଲେ। ତେବେ ଲଲନ ସିଂହଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଛନ୍ତି।