ଆଜି ୧୮୯୯ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୧୮୯୯ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୯ଲକ୍ଷ ୫୬ହଜାର ୮୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୫୯, କଟକରୁ ୨୫୭, ଯାଜପୁରରୁ ୧୧୪, ପୁରୀରୁ ୧୧୩, ବାଲେଶ୍ୱରରୁ ୧୦୬, ଷ୍ଟେଟପୋଲରୁ ୯୯, ଅନୁଗୁଳରୁ ୮୮, ଜଗତସିଂହପୁରରୁ ୭୯, କୋରାପୁଟରୁ ୭୨, ମୟୂରଭଞ୍ଜରୁ ୬୫ ଓ ନୟାଗଡ଼ ଜିଲ୍ଲାରୁ ୫୯ଜଣ ରହିଛନ୍ତି। ସେହିପରି କେନ୍ଦ୍ରାପଡ଼ାରୁ ୫୬, ଢେଙ୍କାନାଳରୁ ୫୪, ସୁନ୍ଦରଗଡ଼ରୁ ୪୫, ଭଦ୍ରକରୁ ୩୮, ସମ୍ବଲପୁରରୁ ୩୨, କେଉଁଝରରୁ ୨୯, କନ୍ଧମାଳରୁ ୨୨, ରାୟଗଡ଼ାରୁ ୧୯, ମାଲକାନଗିରିରୁ ୧୭, ବରଗଡ଼ରୁ ୧୪, ଗଜପତି ଓ ଝାରସୁଗୁଡ଼ାରୁ ୧୧ ଲେଖାଏଁ, ଗଞ୍ଜାମରୁ ୯, ସୋନପୁରରୁ ୮, ବଲାଙ୍ଗିରରୁ ୭, ଦେଓଗଡ଼ ଓ ନୂଆପଡ଼ାରୁ ୬ ଲେଖାଏଁ, କଳାହାଣ୍ଡି ଓ ନବରଙ୍ଗପୁରରୁ ୨ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୭୭ହଜାର ୨୬୮ ହୋଇଥିବାବେଳେ ୯ଲକ୍ଷ ୫୬ହଜାର ୮୨୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୫,୯୦୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୪ହଜାର ୫୩୮ଜଣ ଚିକିତ୍ସିତ ହେଉଛନ୍ତି।