ଦେବଗଡ଼,ଏନ୍ଏନ୍ଏସ୍ : ନାବାଳିକା ଦୁଷ୍କର୍ମକାରିକୁ କୋର୍ଟ ଚାଲାଣ କଲା ପୁଲିସ। ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ପ୍ରଧାନ ସାହିର ଜଣେ ଯୁବକ ନିକଟସ୍ଥ ଅଂଚଳର ଜଣେ ନାବାଳିଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ବେଳେ ଆଜି ପୁଲିସ ତାକୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନସାହିରେ ରହୁଥିବା ଡିଲେଶ୍ୱର ମୁଣ୍ଡାଙ୍କ ପୁଅ ଆଲିନ ମୁଣ୍ଡା (୨୦) ନିକଟସ୍ଥ ଅଂଚଳର ଜଣେ (୧୪) ବର୍ଷୀୟ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଗତ ୩ତାରିଖ ଦିନ ସୁନାମୁଣ୍ଡା ଅଂଚଳରେ ରହୁଥିବା ନିଜ ସମ୍ପର୍କୀୟଙ୍କ ଘରକୁ ନେଇ ରାତିସାରା ବଳପୂର୍ବକ ଦୁଷ୍କର୍ମ କରିଥିଲା । ନାବାଳିକାଙ୍କୁ ଘଟଣା ସମ୍ପର୍କରେ ପ୍ରକାଶ ନ କରିବାର ଧମକ ଦେଇ ପର ଦିନ ନାବାଳିକାଙ୍କୁ ତାଙ୍କ ଘରେ ଛାଡିଥିଲା ।
ନାବାଳିକାର ପରିବାର ଲୋକେ ଘରେ ଅନୁପସ୍ଥିତ ଥିବା ସମ୍ପର୍କରେ ପଚରା ଉଚୁରା ବେଳେ ନାବାଳିକା ସମସ୍ତ ଘଟଣା ପ୍ରକାଶ କରିଥିଲା । ଏନେଇ ପରିବାର ଲୋକେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଅଭିଯୋଗ କରିବା ପରେ ସି ଡବ୍ଲୁସି ନିର୍ଦ୍ଦେଶରେ ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଆଲିନକୁ ଗିରଫ କରିଥିଲେ ।