ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବଲାଣି,ଏନ୍ଏନ୍ଏସ୍ : ପୁଣି ଲଜ୍ଜା । ଏକ ଆଦିବାସୀ ନାବାଳିକାଙ୍କୁ ଜୀବନରେ ମାରିଦେବାକୁ ଓ ନିଶା ଦ୍ରବ୍ୟ ଖୁଆଇ ଦୁଷ୍କର୍ମ କରିଥିବା ନେଇ ବଲାଣି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପିଡ଼ିତାଙ୍କ ବାପା । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ବାଲାଗୋଡା ପଂଚାୟତର ବଲାଣି ଟାଉନସିପ୍ ଅଂଚଳରେ ।

ସୂଚନା ଅନୁଯାୟୀ, ଗତ ରବିବାର ୧୬ ତାରିଖ ବଲାଣି ଥାନା ଅନ୍ତର୍ଗତ ବଲାଣି ଖଣି ଟାଉନସିପର ଶାନ୍ତିନଗର ରେ ଘଟିଛି ଘଟଣା । ଅଭିଯୁକ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ) ବଲାଣି ଖଣିରେ କାର୍ୟ୍ୟ କରୁଥିବା ୪୦ ବର୍ଷୀୟ ଲିଲାରାମ ସୂର୍ୟ୍ୟବଂଶୀ । ଲୀଳାରାମ ଘରପାଖରେ ରହୁଥିବା ଏକ ଆଦିବାସୀ ନାବାଳିକାଙ୍କୁ ଫୁସୁଲାଇ ତାଙ୍କ ଘରକୁ ନେଇ ଯାଇ ରାତିସାରା ଦୁଷ୍କର୍ମ କରିଥିଲା । ତେବେ ପିଡ଼ିତାଙ୍କ ପରିବାର ସେ ଦିନ ରାତି ସାରା ଖୋଜା ଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ମିଳି ନଥିଲା । ତେବେ ଅନ୍ୟ ଦିନ ସକାଳ ପ୍ରାୟ ୮ଟା ସମୟରେ ଝିଅ ଅଭିଯୁକ୍ତ ଘରୁ ବାହାରିଥିଲା ।

ତେବେ ବାପା ପଚାରିବାରୁ ଝିଅ ଭୟଭୀତ ହୋଇ ନିକଟସ୍ଥ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା । ତେବେ ପରିବାର ଲୋକେ ବୁଝାସୁଝା କରି ପୁଣି ପଚାରିବାରୁ ଝିଅ କହିଥିଲା ଯେ ଗତ ଦୁଇ ମାସ ହେଲା ଜୀବନରେ ମାରିଦେବାକୁ ଧମକ ଦେଇ ନିଶାଦ୍ରବ୍ୟ ଖୁଆଇ ଦୁଷ୍କର୍ମ କରିଆସୁଥିଲା । ତେବେ ଝିଅ ଡରି ଘରେ ଏସବୁ ବିଷୟରେ କିଛି କହିନଥିବା କଥା କହିଛନ୍ତି ପିଡିତାଙ୍କ ବାପା । ପରେ ପରିବାର ଲୋକେ ସ୍ଥାନୀୟ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚଙ୍କ ସହାୟତାରେ ବଲାଣି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବଲାଣି ପୁଲିସ ଲିଖିତ ଅଭିଯୋଗକୁ ଆଧାର କରି ପିଡିତାଙ୍କୁ ଡାକ୍ତରୀ ମାଇନା ନିମନ୍ତେ କେନ୍ଦୁଝର ପଠାଇବା ସହିତ ଅଭିଯୁକ୍ତକୁ ପଚରାଉଚୁରା କରିବାକୁ ବଲାଣି ଥାନାରେ ଅଟକ ରଖିଛନ୍ତି